ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର: ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ନବୀନ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ନବୀନ । ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ନେଇ ସୂଚନା । ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ସୂଚନା ମିଳିଛି । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ ସର୍ଭାଇକାଲ ଆର୍ଥ୍ରାଇଟ୍ସ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ମୁମ୍ବାଇ ସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେଶନ କରାଇ ଫେରିଥିଲେ । ସଫଳତାର ସହ ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ହେବା ପରେ କିଛି ଦିନ ମୁମ୍ୱାଇରେ ରହିବା ପରେ ଭୁବନେଶ୍ୱର ଫେରିଥିଲେ ନବୀନ । ତେବେ ପୁଣିଥରେ ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ଖବର ଶୁଣି ବିଜେଡିର ଅନେକ ନେତା ନବୀନଙ୍କ ଉଦ୍ଦେଶ୍ୟରେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।