ହାରିବା ଭୟରେ ବିଜେଡ଼ି ରକ୍ତ ମୁଖା : ବିଜେପି

(ରିିପୋର୍ଟସ ଟୁଡ଼େ / ମୃତ୍ୟୁଞ୍ଜୟ ) : ଗତକାଲି ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ୪ ଟି ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ପାଇଁ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । କେତକେ ସ୍ଥାନରେ ଭୋଟିଂ ଶାନ୍ତି ଶୃଙ୍ଖଳା ସହିତ ଚାଲିଥିବା ବେଳେ ଅନ୍ୟ କେତେକ ବୁଥ୍ରେ ଭୋଟିଂ ବେଳେ ଅନିୟମିତତା ଦେଖାଦେଇଥିଲା । ଏଥି ପାଇଁ ବିଜେଡ଼ିକୁ ଦାୟୀ କରିଛି ବିଜେପି । ଏନେଇ ଆଜି ବିଜେପି ସିଇଓଙ୍କ ପାଖରେ ଦ୍ୱାରସ୍ଥ ହୋଇଛି ।
ବିଜେପି ଅିଭଯୋଗ ଆଣିଛି ଯେ ବିଜେଡ଼ି ହାରିବା ଭୟରେ ରକ୍ତ ମୁଖା ସାଜିଛି । ସେଥିପାଇଁ କେତେକେ ବୁଥରେ ବିଜେପିର ଏଜେଣ୍ଟଙ୍କୁ ଭିତରକୁ ପୂରାଇ ଦିଆଯାଇନଥିଲା । ଏପରିକି ବିଜେଡ଼ି ବିରୁଦ୍ଧରେ ବୁଥ ରେଗିଂ ର ଅଭିଯୋଗ ଆଣିଛି ବିଜେପି । ଏହାକୁ ନେଇ ସିଇଓଙ୍କ ପାଖରେ ଫରାଦ ହୋଇଛି ବିଜେପି ।