(ଜୟନ୍ତ କୁମାର ସେଠି / ଗୋପ) ( ଜଗନ୍ନାଥ ମହାନ୍ତି / କଟକ) ; ଆଜି ହେଉଛି ପବିତ୍ର ବିଷୁଭ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ଓଡ଼ିଆଙ୍କ ଘରେ ଘରେ ନବ ବର୍ଷକୁ ଧୁମଧାମରେ ପାଳନ ସହିତ ଚାଲିଛି ବିଷୁଭ ସଂକ୍ରାନ୍ତିର ପାରମ୍ପରିକ ପୂଜାର୍ଚ୍ଚନା। ଅନ୍ୟପଟେ ଆଜି ମୁସଲମାନ ସଂପ୍ରଦାୟଙ୍କର ଆରମ୍ଭ ହୋଇଛି ରମଜାନ ମାସ। ତେବେ ଉଭୟ ସଂପ୍ରଦାୟ ପବିତ୍ର ପର୍ବ ପାଳନରେ କୋଭିଡ ନିୟମ କଡାକଡି ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ତୀକ୍ଷ୍ନ ନଜର ରଖାଯାଇଛି। ଅନ୍ୟପଟେ ପୁରି ବେଳାଭୁମିରେ ଏହି ଅବସର ରେ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ପ୍ରଭୁ ହନୁମାନ ଙ୍କ ଏକ ବିଶାଳ ବାଲୁକା ଚିତ୍ରକଳା କରିଛନ୍ତି। ସୁଦାମ ସ୍ୟାଣ୍ଡ ଆର୍ଟ ମ୍ୟୁଜିଅମ ରେ ଏହି ବାଲୁକା ଚିତ୍ରକଳା ତିଆରି ହୋଇଛି। ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ସମସ୍ତ ଓଡ଼ିଆ ଙ୍କୁ ନବ ବର୍ଷର ବାର୍ତା ଦେଇଛନ୍ତି। ସେହିପରି କୋଭିଡ ଭାଇରସ କୁ ଏ ପୃଥୀବି ରୁ ନିପାତ କରିବାକୁ ସୁଦାମ ପ୍ରଭୁ ହନୁମାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।ଅନ୍ୟପଟେ ଆଜି ଆରମ୍ଭ ହୋଇଛି ମୁସଲିମ ସଂପ୍ରଦାୟଙ୍କ ପବିତ୍ର ରମଦାନ ମାସ। ଦାନ ଓ ଧର୍ମର ମାସ ରମଦାନ ମାସର ପ୍ରଥମ ନମାଜ ପଢିବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ ନିୟମ ପାଳନ କରି କଟକର ବିଭିନ୍ନ ମସଜିଦରେ ନମାଜ ପାଠ ଅନୁଷ୍ଠିତ ହୋଇଛି। ଅନ୍ୟପଟେ ଉଭୟଙ୍କ ପର୍ବରେ କୋଭିଡ ନିୟମ ପାଳଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି କଟକ ଏସିପି ଏସ କେ ସରିଫୁଦ୍ଦିନ।