ପିପିଲି: ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । H5N1 ଆଭିଏନ୍ ଇନ୍ଫ୍ଲୁଏଞ୍ଜା ଭାଇରସ୍ ପଜିଟିଭ୍ । ଡେଲାଙ୍ଗର ବଡ଼ ଆଙ୍କୁଲା ଗାଁ ଭାଇରସ୍ର ଏପିସେଣ୍ଟର୍ । ଏପିସେଣ୍ଟର୍ର ଏକ କିଲୋମିଟର ମଧ୍ୟରେ ହେବ କଲିଂ । କଲିଂ କେନ୍ଦ୍ରରୁ ୧୦ କି.ମି ମଧ୍ୟରେ ନଜର ରଖାଯିବ । ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତେବେ ଦୁଇ ଦିନ ତଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ ଯେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି । ଯେଉଁ ଫାର୍ମରେ ଯିଏ କାମ କରୁଥିଲେ, ସେମାନଙ୍କ ଘରକୁ ଯାଇ ଥଣ୍ଡା ଜ୍ୱର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷ କରି ପୁରୀ ଜିଲ୍ଲାର ପିପିଲି ସତ୍ୟବାଦୀ, ନିମାପଡ଼ାଓ ଡେଲାଙ୍ଗକୁ ଡେଉଁଛି ବାର୍ଡ ଫ୍ଲୁ ସଂକ୍ରମଣ । ଫଳରେ RRT ଟିମ୍ ପକ୍ଷରୁ ହଜାର ହଜାର କୁକୁଡାଙ୍କୁ ମାରି ଖାଲ କରି ପୋତି ଦିଆଯାଉଛି । ଏଥିସହ ଫାର୍ମ ସ୍ଥଳରେ ବ୍ଲିଚିଂ ପକାଇ ସାନିଟାଇଜ୍ କରାଯାଉଛି ।