ହୀରାକୁଦରେ ସରିଲା ପକ୍ଷୀଗଣନା

ସମ୍ବଲପୁର: ଶେଷ ହେଲା ହୀରାକୁଦ ଜଳଭଣ୍ଡାରର ପକ୍ଷୀ ଗଣନା କାର୍ଯ୍ୟକ୍ରମ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ରିପୋର୍ଟରୁ ଜଣାଯାଇଛି । ଚଳିତ ବର୍ଷ ମୋଟ ୧୦୪ ପ୍ରଜାତିର ପକ୍ଷୀଙ୍କ ସମାଗମର କେନ୍ଦ୍ରସ୍ଥଳୀ ପାଲଟିଥିଲା ହୀରାକୁଦ ଜଳଭଣ୍ଡାର । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଂଶୁପ୍ରଜ୍ଞା ଦାଶଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ମୋଟ ୨ ଲକ୍ଷ ୮ ହଜାର ପକ୍ଷୀ ଏହି ଜଳଭଣ୍ଡାରରେ ମେଳ ହୋଇଥିଲେ । ତେବେ ଗତବର୍ଷ ଅପେକ୍ଷା ୧୯ ନୂଆ ପ୍ରଜାତିର ପକ୍ଷୀ ଜଳଭଣ୍ଡାରରେ ଦେଖିବାକୁ ମିଳିଥିଲା । ଗତବର୍ଷ ହୀରାକୁଦରେ ୯୮ ପ୍ରଜାତିର ପକ୍ଷୀ ରେକର୍ଡ କରାଯାଇଥିବା ବେଳେ ୧ଲକ୍ଷ ୨୪ ହଜାର ପକ୍ଷୀ ହୀରାକୁଦକୁ ଆସିଥିଲେ ।