ଆସନ୍ତା ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ

ଭୁବନେଶ୍ୱର:- ସାର ଅଭାବକୁ ନେଇ ରାଜ୍ୟର କୃଷକ ସମାଜ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ସାର ମହଜୁଦ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର ଦାବିକୁ ସମାଲୋଚନା କରି ସମବାୟ ବିଭାଗର ତଥ୍ୟ ଗଣମାଧ୍ୟମ ଆଗରେ ପ୍ରସ୍ତୁତ କରି ରାଜ୍ୟରେ ସାର ନିଅଣ୍ଟ ଥିବାର ପ୍ରମାଣ ଦେଇଛି ବିଜେଡି। ଏହାଛଡା, ସାର ସମସ୍ୟାର ତୁରନ୍ତ ସମାଧାନ ଦାବିରେ, ଆସନ୍ତା ୧୭ ତାରିଖରେ, ବିଜେଡି ରାଜଭବନ ସମ୍ମୁଖରେ ଧାରଣା ଦେବ ବୋଲି ସୂଚନା ଦେଇଛି।ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା ଓ ବିଧାୟକ ତଥା ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ସାର ଯୋଗାଣକୁ ବ୍ୟବସ୍ଥିତ କରିବା ଓ ସାରର କଳାବଜାରୀ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଶ୍ରୀ ଦାସବର୍ମା କହିଥିଲେ, ସାର ନିଅଣ୍ଟ ସ୍ଥିତି ଯୋଗୁ କୃଷକ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଉଛନ୍ତି। କେଉଁଟି ଲମ୍ବ ଲାଇନ ଲଗାଇ ଚାଷୀ ଛିଡା ହେଉଛନ୍ତି ତ ଆଉ କେଉଁଠି ରାତି ଅଧରୁ ଆଧାର କାର୍ଡ ଧରି ମଧ୍ୟ ଲାଇନରେ ଲାଗିଥିବା ଦେଖିବାକୁ ମିଳୁଛି । ତେବେ ଚାଷୀମାନେ ହଇରାଣ ହେଉଥିବା ବେଳେ ସମସ୍ୟାକୁ ନେଇ ଆସନ୍ତା ୧୭ ତାରିଖ ଦିନ ଆନ୍ଦୋଳନ କରିବ ବିଜେଡି । ୧୭ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ ।