ରହସ୍ୟରେ ଘେରା ଏହି ମନ୍ଦିର, ମହାଦେବଙ୍କ ଉପରେ ପଡ଼େ ବିଜୁଳି, ଖଣ୍ଡ ବିଖଣ୍ଡିତ ହୋଇଯାଆନ୍ତି ଭୋଳାନାଥ

ନୂଆଦିଲ୍ଲୀ: ପୂରା ଦୂନିଆରେ ଶିବଙ୍କର ଅନେକ ଚମତ୍କାରିତା ରହସ୍ୟମୟ ମନ୍ଦିର ଅଛି । କିନ୍ତୁ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ମହାଦେବଙ୍କର ମନ୍ଦିର ଅଛି , ଯାହା ବିଜୁଳି ମହାଦେବ ମନ୍ଦିର ନାଁରେ ପରିଚିତ । ଏହି ମନ୍ଦିର ଭଗବାନ ଶିବଙ୍କର ସବୁଠାରୁ ପ୍ରାଚୀନ ମନ୍ଦିର ଭାବେ ଜଣାଯାଏ । ଏହି ମନ୍ଦିର ସହ ଜଡିତ ଏକ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ମନ୍ଦିରକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଛି । ସ୍ଥାନୀୟ ଲୋକଙ୍କ ମୁତାବକ, ଏହି ମନ୍ଦିରରେ ୧୨ ବର୍ଷକୁ ଧରେ ବିଜୁଳି ପଡେ । ଯାହାଦ୍ଵାରା ମନ୍ଦିର ଭିତରେ ଥିବା ଶିବଲିଙ୍ଗ ଖଣ୍ଡଖଣ୍ଡ ହୋଇଯାଏ ।

ପ୍ରତ୍ୟେକ ୧୨ବର୍ଷରେ ଗୋଟେ ଥର ଆକାଶରୁ ବିଜୁଳି ଖସିଥାଏ ଏବଂ ସିଧା ଶିବ ଲିଙ୍ଗ ଉପରେ ପଡିଥାଏ । ବିଜୁଳି ପଡି ଶିବଲିଙ୍ଗ ସଂମ୍ପୁର୍ଣ୍ଣ ଭାବେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଏ । କିନ୍ତୁ ଆଶ୍ଚର୍ୟ୍ୟ କଥା ହେଉଛି ଭଗବାନ ଶିବଙ୍କର ମହିମା ଏମିତି ଅଲୌକିକ ଯେ ଶିବଲିଙ୍ଗ ଭାଙ୍ଗିବା ପରେ ଆପେ ଆପେ ଜୋଡି ହୋଇଯାଏ ପୁଣି ପୂର୍ବ ଭଳି । ଏହି ମନ୍ଦିରଟି ହିମାଳୟର କୁଲୁ ଘାଟିରେ ବ୍ୟାସ ନଦୀ କୂଳରେ ନିର୍ମିତ । ଏହି ମନ୍ଦିରର ନାମ ବିଜୁଳି ମହାଦେବ ମନ୍ଦିର । ବିଜୁଳି ପଡିବା ପରେ ଯେତେବେଳେ ଶିବଲିଙ୍ଗ ଭାଙ୍ଗି ଯାଇଥାଏ ସେତେବେଳେ ଏଠିକାର ପୂଜାରୀ ଶିବଲିଙ୍ଗର ସମସ୍ତ ଖଣ୍ଡକୁ ଏକାଠି କରି ଘିଅ ଲହୁଣୀ ସହିତ ପୁଣି ଯୋଡି ଦେଇଥାନ୍ତି ।

ପୌରାଣିକ କଥା ମୁତାବକ, ଏହି ମହାଦେବଙ୍କ ମନ୍ଦିର ସହ ଏକ କୁଲାନ୍ତ ନାମକ ରାକ୍ଷସ ସହ ଯୋଡାଯାଏ । ଥରେ କୁଲାନ୍ତ ନାମକ ଏଖ ରାକ୍ଷସ ଅଜଗର ରୂପ ଧାରଣ କରି ମଥାନା ଗାଁକୁ ଆସିଥିଲା, ଏବଂ ଏଠାରେ ବହୁଥିବା ବ୍ୟାସ ନଦୀକୁ ଅଟକାଇ ଦେଇଥିଲା । ଯାହାଦ୍ଵାରା ଏଠାକାର ଜୀବଜନ୍ତୁ ବ୍ୟାସ ନଦୀର ପାଣିରେ ବୁଡି ମରିବାକୁ ଲାଗିଲେ । ପ୍ରଭୁ ଶଙ୍କରକୁ ଯେତେବେଳେ ଏହା ଜଣା ପଡିଥିଲା, ସେ କୁଲାନ୍ତ ପାଖକୁ ଯାଇଥିଲେ, ଏବଂ କହିଥିଲେ, ତୋ ଲାଞ୍ଜରେ ନିଆଁ ଲାଗିଯାଇଛି । ଯେତେବେଳେ ଏହି ରାକ୍ଷସ ନିଜର ଲାଞ୍ଜ ଦେଖିବାକୁ ପଛକୁ ବୁଲିଥିଲା, ସେତେବେଳେ ଭଗବାନ ଶିବ ନିଜ ତ୍ରିଶୂଳରେ ତାର ବଦ୍ଧ କରି ଦେଇଥିଲେ । ରାକ୍ଷସ ମରିବା ପରେ ତାର ପୂରା ଶରୀର ଏକ ବିଶାଳ ପର୍ବତରେ ପରିଣତ ହୋଇଗଲା । ସେହ ପର୍ବତକୁ କଟାଯାଇ ମହାଦେବଙ୍କ ମନ୍ଦିର ନିକଟରୁ ରୋହତାଙ୍ଗ ପର୍ଯ୍ୟନ୍ତ ଗାଁ ତିଆରି କରାଯାଇଛି । ରାକ୍ଷସକୁ ମାରିବା ପରେ ମହାଦେବ ଇନ୍ଦ୍ରଙ୍କୁ କହିଥିଲେ, ସେ ୧୨ ବର୍ଷରେ ଥରେ ଏଠାରେ ବିଜୁଳି ପକାଇବା ପାଇଁ । ସେଥିପାଇଁ ପ୍ରତି ୧୨ ବର୍ଷରେ ଥରେ ଏଠାରେ ବିଜୁଳି ପଡିଥାଏ , ଏବଂ ଶିବଲିଙ୍ଗ ଖଣ୍ଡ ବିଖଣ୍ଡ ହୋଇଯାଏ ।