ଘଡଘଡି ମାରିବାରୁ ଖସି ପଡିଲା ରାମେଶ୍ବର ମନ୍ଦିରର ଦଧିନଉତି

0

ଭୁବନେଶ୍ବର:ଘଡଘଡି ମାରି ଖସି ପଡିଛି ଦଧି ନଉତି । ପ୍ରଚଣ୍ଡ ଘଡଘଡି ମାରିବାରୁ ଭୁବନେଶ୍ବରର ରଥରୋଡ୍ ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ଖସିପଡ଼ିଛି । ସମ୍ପୂର୍ଣ ଭାବେ ଦଧି ନଉତି ଭାଙ୍ଗି ଯାଇଛି । ସେବାୟତଙ୍କ କହିବା ଅନୁସାରେ ସକାଳ ୯ରୁ ୧୦ଟା ସମୟରେ ସେବାୟତ ମାନେ ମନ୍ଦିରର ଭିତରେ କାମ କରୁଥିଲେ । ହଠାତ ଜୋରେ ଶବ୍ଦ ହେବା ସହ ଲାଇଟ ହୋଇଥିବା ।

ଦେଖିଲା ବେଳକୁ ମନ୍ଦିର ଦଧି ନଉତିଟି ଭାଙ୍ଗି ତଳେ ପଡିଛି । ୬୦ ଫୁଟ ତଳକୁ ଖସିପଡିଛି ଦଧିନଉତି । ମନ୍ଦିରରେ କୌଣସି ଫାଟ ଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ସେବାୟତଙ୍କ ଭିତରେ ଭୟର ବାତାବରଣ ଦେଖା ଦେଇଛି ।