ପୁରୀ / ସଞ୍ଜୟ ମହାପାତ୍ର : ପୁରୀ ଅଠରନଳା ଭଗବତୀ ବିଦ୍ୟାନିକେତନର ଦୁଇଦିନିଆ ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଛି । ବିଦ୍ୟାଳୟର ସଭାପତି ପ୍ରଣକୃଷ୍ଣ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଉଦଘାଟନ କରିଥିଲେ ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ । କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ଼ଃ ଇତି ରାଣୀ ସାମନ୍ତ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ଶିକ୍ଷାର ବିକାଶ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା । ସେହିପରି ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିକୁନି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ନେଇ ଆଶିର୍ବାଦ କରିଥିଲେ ଅତିଥି l ଉଦଯାପନି ସଂନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ସଂଗୀତ ଓ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା l