ସମୁଦ୍ରରେ ଗାଧୋଉ ଥିଲେ ସାବଧାନ । ୩ ବର୍ଷରେ ସମୁଦ୍ର ନେଲାଣି ୮୨ ଜୀବନ । ଏହି ତିନି ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ । ୨୦୨୨-୨୦୨୫ ଭିତରେ ଆସିଥିବା ଏହି ତଥ୍ୟ ବେଶ ଉଦବେଗଜନକ ରହିଛି । କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡ଼ାରେ ୧୧୦, ମୟୂରଭଞ୍ଜରେ ୧୫୪, ସମ୍ବଲପୁରରେ ୧୦୭, କେନ୍ଦୁଝରରେ ୧୬୦ ର ଚିତ୍ର ଚିନ୍ତା ବଢ଼ାଇ ଦେଇଛି । କେବଳ ୨୦୨୫ ରେ ୪୨୭ ଜଣ ବୁଡି ମରିଛନ୍ତି । ସେହିପରି ସମୁଦ୍ରରେ ପୁରୀରେ ସର୍ବାଧିକ ୬୨ ଏବଂ ଗଞ୍ଜାମରେ ୧୩ ଜଣଙ୍କ ଜୀବନ ଯାଇଛି । ବିଜେଡି ବିଧାୟକ ବିଭୂତି ବଳବନ୍ତରାୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।