ଭୁବନେଶ୍ୱର– ସ୍ମାର୍ଟ ସିଟିରେ ସ୍ମାର୍ଟ କାରବାର । ସ୍ପଷ୍ଟ ଦିବା ଲୋକରେ ଲୋକେ ଏଠି ପ୍ରଶାସନକୁ ଭୂଆ ବୁଲାଉଛନ୍ତି । ଆକ୍ସନ ମୋଡରେ କମିଶନରେଟ ପୋଲିସ । ମୋଡିଫିକେସନ ସାଇଲେନ୍ସର ସୋ ରୁମ୍ ଉପରେ ପୋଲିସର ଚଢଉ । ପୁରୀ-କଟକ ରୋଡରେ ଥିବା ସାଇଲେନ୍ସର ଦୋକାନ ଉପରେ ଚଢଉ କରୁଛି କମିଶନରେଟ୍ ପୋଲିସର ସ୍ପେଶ।।ଲ ଟିମ୍ ।ଏହି ଚଢଉ ସମୟରେ ୨୭ ଟି ସାଇଲେନ୍ସର ଜବତ କରିଛି ପୋଲିସ । ଏହା ପରେ ରାଜଧାନୀରେ ଥିବା ସମସ୍ତ ମୋଡିଫିକେସନ ଦୋକାନ ଉପରେ ଚଢଉ କରିଛି ପୋଲିସ । ଏହା ପରେ ରାଜଧାନୀରେ ଥିବା ସମସ୍ତ ମୋଡିଫିକେସନ ଦୋକାନ ଉପରେ ଚଢଉ କରିଛି ପୋଲିସ ।
ସେହିପରି ପଟିଆସ୍ଥିତ ବନଦୁର୍ଗା କାଇନେଟିକ୍ ୱାର୍ଲଡ଼ ଅରମାନ ବାଇକ ୱାର୍ଲଡ ସ୍ପେୟାର ପାର୍ଟସ୍ ସୋରୁମ୍ ଚଢଉ କରିଛି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ । ବିକଟାଳ ଶଦ୍ଦ କରୁଥିବା ବୁଲେଟ୍ ସାଇଲେନ୍ସର ଜବତ ପାଇଁ ଚାଲିଛି ରେଡ଼୍ । ଭୁବନେଶ୍ୱର ଡ଼ିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ରେଡ଼ କରାଯାଇଛି । ସହୀଦ ନଗର, ଚନ୍ଦ୍ରଶେଖରପୁର, ଉଫୋସିଟି ଥାନା ସହିତ ଟ୍ରାଫିକ ପୋଲିସର ବରିଷ୍ଠ ଅଧିକାରୀ ମାନେ ଏହି ରେଡ଼ରେ ସାମିଲ ହୋଇଥିଲେ ।ପଟିଆ ବନଦୁର୍ଗା କାଇନେଟିକ ୱାଲର୍ଡ଼ରୁ ୨୧ଟି ଓ ଡ଼ମଣା ଅରମାନ ବାଇକ ୱାର୍ଲଡ଼ରୁ ୩୦ଟି ବିକଟାଳ ଶଦ୍ଧ କରୁଥିବା ସାଇଲେନ୍ସର ଜବତ କରିଛି କମିଶନରେଟ୍ ପୋଲିସ । ଆଗରୁ ଏଭଳି ବିକଟାଳ ଶବ୍ଦ କରୁଥିବା ବାଇକ ଓ ବୁଲେଟ୍ ଚଲାଇବା ଉପରେ ରୋକ ଲଗାଇଲେ କମିଶନରେଟ୍ ପୋଲିସ । ଏବେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ବିକ୍ରି ଉପରେ ରୋକ ଲଗାଇବାକୁ ପୋଲିସ ଉଦ୍ୟମ କରିଛି ।