ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମାମଲାର ଶୁଣାଣି ହୋଇଛି । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ପାର୍ଲାମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର କରିବେ ନାହିଁ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କୋର୍ଟ । ରହିତାଦେଶ ସହ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ପୂର୍ବରୁ ସ୍ପାଉସ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲାମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ । ଅନୁଭବଙ୍କ ଅଭିଯୋଗ ପରେ କାର୍ଡ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ପାର୍ଲାମେଣ୍ଟ ସଚିବ । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ମାମଲାକୁ ଗ୍ରହଣ କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।