ମହିଳା କମିଶନରେ ପହଞ୍ଚିଲେ ବର୍ଷା

ଭୁବନେଶ୍ୱର/ସରୋଜ ରାଉତ: ମହିଳା କମିଶନରେ ପହଞ୍ଚିଲେ ବର୍ଷା । ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅପିଲକୁ ନେଇ ଆଜି ଅନୁଭବ ତଥା ତାଙ୍କ ବାପା ମାଙ୍କୁ ହାଜର ହେବାକୁ ମହିଳା କମିଶନ ପୂର୍ବରୁ ନୋଟିସ କରିଥିଲେ । ଏହି କ୍ରମରେ ବର୍ଷା ମହିଳା କମିଶନ ଅଫିସରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ଅନୁଭବ ଓ ତତାଙ୍କ ବାପା ମା’ ସେଠାରେ ପହଞ୍ଚିବା ଅନୁମାନ କରାଯାଉଛି ।
ପୂର୍ବରୁ ବର୍ଷା ତାଙ୍କ ପ୍ରତି ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ତଥା ତାଙ୍କ ଶାଶୂ ଶ୍ୱଶୁର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ସେ ମହିଳା କମିଶନଙ୍କ ନିକଟରେ ମଧ୍ୟ ଏନେଇ ଅପିଲ କରିଥିଲେ । ବର୍ଷାଙ୍କ ଅପିଲ ଆଧାରରେ ଅନୁଭବ ତଥା ତାଙ୍କ ବାପା ମା’ଙ୍କୁ କମିଶନଙ୍କ ନିକଟରେ ଆଜି ଉପସ୍ଥିତ ହେବାକୁ ନୋଟିସ ହୋଇଥିଲା ।