(ଚିତ୍ତରଞ୍ଜନ ସାହୁ/ ବରଗଡ): ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ୟ୍ୟ, କଂଗ୍ରେସର ଲିପନ ଦାସ ଓ ବିଜେପିର ଅଶ୍ୱିନୀ ଷଡ଼ଙ୍ଗୀ ଅତବିରାରୁ ସ୍ନେହାଙ୍ଗିନୀ ଛୁରିୟା,ନିହାର ମହାନନ୍ଦ, ମିଳନ ସେଟ, ଭଟଲି ରୁ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେପି ର ଇରାଶିଷ ଆଚାର୍ୟ୍ୟ,ପଦ୍ମପୁରରୁ ବିଜୟ ସିଂ ବରିହା,ସତ୍ୟଭୂଷଣ ସାହୁ, ପ୍ରଦୀପ ପୁରୋହିତ ଙ୍କ ମଧ୍ୟରେ ଜୋର ଜାର ଟକ୍କର ହେବା ସାଙ୍ଗକୁ ଆସନ୍ତା ୧୮ ତାରିଖ ଦିନ ମତ ଦାନ ଥିବାରୁ ସମସ୍ତ ଦଳର ହେବି ୱେଟ ନେତାମାନେ ପ୍ରଚାର କରୁଥିବାର ଦେଖାଦେଇଛି। ସେହିପରି ଜିଲ୍ଲାର ଚର୍ଚ୍ଚାରେ ଥିବା ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସରୁ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଟ, ବିଜେପି ରୁ ସନତ ଗଡ଼ତିଆ ନିର୍ବାଚନୀ ମୈଦାନ କୁ ଓହ୍ଲାଇଛନ୍ତି । କିନ୍ତୁ ଏଠାରେ ପ୍ରଚାର ଫିକା ଜଣା ପଡୁଛି। କାରଣ ଏ ପର୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଚାର ଆରମ୍ଭ କରି ନାହାନ୍ତି । ତାଙ୍କ ବଦଳରେ ବିଧାୟିକା ରିତା ସାହୁ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ବରଗଡ ଲୋକ ସଭା ପ୍ରାର୍ଥୀ ବିଜେଡି ରୁ ପ୍ରସନ୍ନ ଆଚାର୍ୟ୍ୟ,ବିଜେପିରୁ ସୁରେଶ ପୁଝାରୀ,କଂଗ୍ରସ ରୁ ପ୍ରଦୀପ ଦେପ୍ତା ନିର୍ବାଚନୀ ମୈଦାନ କୁ ଓଲ୍ହାଇ ଥିବା ବେଳେ ତିନିଜଣ ଙ୍କ ମଧ୍ୟରେ କଡ଼ା ଟକ୍କର ହେବ। କିନ୍ତୁ ପାଞ୍ଚ ଗୋଟି ବିଧାନ ସଭା ମଣ୍ଡଳୀ ଗ୍ରାମାଞ୍ଚଳରେ ତାଙ୍କର ପ୍ରଚାର ଆରମ୍ଭ କରି ଦେଇଛନ୍ତି ।