ବାରବାଟୀ ଟି-୨୦ ମ୍ୟାଚ୍ 

ଜୋରସୋରରେ ଚାଲିଛି ଟିକେଟ୍ ବିକ୍ରି

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ ଲାଗି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି।  ସକାଳ ୯ଟାରୁ ଟିକେଟ୍ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ଜଣାପଡିଛି । ଟିକେଟ୍ ନେବା ପାଇଁ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । କ୍ରୀଡା ପ୍ରେମୀମାନେ ରାତି ଅନିଦ୍ରା ହୋଇ ଟିକେଟ୍ କାଉଣ୍ଟର ଆଗରେ ଲମ୍ବା ଲାଇନ୍ ଲଗାଇଛନ୍ତି । ତେବେ କାଉଣ୍ଟରରେ ମୋଟ ୧୨ ହଜାର ୯୩ଟି ଟିକେଟ୍ ଉପଲବ୍ଧ ରହିଛି । ସେଥିମଧ୍ୟରୁ  ୧୩୬୨ଟି ଦାମୀ ଟିକେଟ୍ ରହିଥିବାବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ମୋଟ ୯ଟି କାଉଣ୍ଟର କରାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର କରାଯାଉଛି । ପୁଲିସ ପକ୍ଷରୁ କାଉଣ୍ଟର ଭିତର ବାହାର ସୁରକ୍ଷା ଲାଗି ୧୨ ପ୍ଲାଟୁଲ ଫୋର୍ସ ମୁତୟନ କରାଯାଇଛି । ଟିକେଟ୍ ବିକ୍ରି ସମୟରେ ଯେପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ଧ୍ୟାନ ରଖାଯାଇଛି ।