ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳିତ

ଯାଜପୁର-: ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଜପୁର ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବନବିଭାଗ ସହଯୋଗରେ ବିଭିନ୍ନ କିସମର ଫଳ ଓ ଫୁଲ ଗଛ ଜିଲ୍ଲାଜଜ୍ ଅମୃତ ରଞ୍ଜନ ନନ୍ଦ,ଏଡିଜେ ତଥା ସ୍ପେଶାଲ୍ ଜଜ୍ ପକ୍ସୋ ଅଭିଜିତ ପଲାଇ,ସିନିୟର୍ ସିଭିଲ୍ ଜଜ୍ ସତ୍ୟପ୍ରକାଶ ରାୟ ଚୌଧୁରୀ, ସିଭିଲକୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ ,ସିଭିଲଜଜ୍ ସିନିୟର୍ ଡିଭିଜନ ଏଲ୍ ଆର୍ ଆଣ୍ଡ ଏଲଟିଭି ଲୋପାମୁଦ୍ରା ମହାନ୍ତି,ଏସଡିଜେଏମ୍ ସୁମିତ୍ରା ବିଶ୍ବାଳ,ସିଭିଲଜଜ୍ ଜୁନିୟର ଡିଭିଜନ୍ ସୁନୀତା ବିଶ୍ବାଳ,ଜେଏମଏସସି ସୁଶ୍ରୀ ନିଷ୍ଠା ,ଜେଏମଏସସି ସୁଶ୍ରୀ ବିଣାପାଣୀ ତାଣ୍ଡି ,ଜିଲ୍ଲା ଶିକ୍ଷା ଅଧିକାରୀ ଯାଜପୁର ନିତ୍ୟାନନ୍ଦ ବାରିକ, ଏସିଏଫ୍,ସନ୍ତୋଷ କୁମାର ପତି ,ଫରେଷ୍ଟ ରେଞ୍ଜ ଅଫିସର ଯାଜପୁର ରୋଡ଼ ଧର୍ମେନ୍ଦ୍ର ପ୍ରଧାନ, ସଚୀବ ଆଇନ ସେବା ପ୍ରାଧିକରଣ ଲିପା ମହାନ୍ତି ପ୍ରମୁଖ ଚାରା ରୋପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଚାରା ଵଣ୍ଟନ କରିଥିଲେ ।