ସେମିଳିଗୁଡ଼ା (ଦଶରଥ ମାଛ) : ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ନିର୍ଦ୍ଦେଶକ ଅମର କୁମାର ବାଘଙ୍କ ନେତୃତ୍ୱରେ ମହାସମାରୋହରେ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତର ବିଭିନ୍ନ ରାଜ୍ୟରୁ କୋଣ ଅନୁକୋଣରୁ ୭୨୨ ଜଣ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନେ ଯୋଗଦେଇଥିଲେ ଏବଂ ସମସ୍ତଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ ପ୍ରସନ୍ନ ପାଠାସାଣୀ ମେମ୍ବର ଷ୍ଟେଟ ପ୍ଲାନ୍ନିଙ୍ଗି ବୋର୍ଡ଼ ମେନିଷ୍ଟ୍ରର ମଞ୍ଚାସିନ ହୋଇଥିଲେ । ସମସ୍ତ ପ୍ରତିଭାମାନଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରିବା ସହ ବିଜେତାମାନଙ୍କୁ ପ୍ରଶଂସା କରିଥିଲେ । ସେହିପରି ଅତିଥିମାନଙ୍କ ମଧ୍ୟରେ ସଲତା ଦେଓ, ଶିକ୍ଷକ ମନୋରଞ୍ଜନ ବାଗ୍, ଡ଼ ସଞ୍ଜୟ ଦେ, ପ୍ରଫେସର ଅଶୋକ କୁମାର ପଣ୍ଡା, ସମାଜସେବୀ ଉପେନ୍ଦ୍ରକୁମାର ଶର୍ମା, ସମାଜ ସେବିକା ମନୋଜା ରାୟ, ସମାଜ ସେବୀ ଲକ୍ଷ୍ମୀକାନ୍ତ ଚୌଧୁରୀ, ସମାଜସେବୀ ରାଜ ପଟ୍ଟନାୟକ, ସମାଜସେବୀ ସୁରେଶ ପଣ୍ଡା, ସମାଜସେବୀ ସୋଲେନ୍ ଦାଶ, ସମାଜସେବୀ ରଜତ ବାରିକ ଓ ସାମ୍ବାଦିକ ଡ଼ ରଜନୀକାନ୍ତ ମିଶ୍ର, ଓ ୟୁ ଜେ ର ସମ୍ପାଦକ ପ୍ରମୁଖ ଯୋଗଦେଇ ସମ୍ମାନିତ ହୋଇଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ । ଉପସ୍ଥାପିକା ସୁଶ୍ରୀ ଆଶ୍ରିତା ସାହୁ ମଞ୍ଚ ପରିଚାଳନା କରିଥିଲେ । ସଭା ଶେଷରେ ଅନୁଷ୍ଠାନର ପ୍ରୋଗ୍ରାମ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅର୍ପିତା ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ନୂତନୀ ନାୟକ, ପୂଜା ବେହେରା ମୋନାଲିସା ପଟ୍ଟନାୟକଙ୍କ ସହ ୨୦ରୁ ଅଧିକ ଅନୁଷ୍ଠାନର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।