ସମ୍ବଲପୁର: କଫ ସିରଫ ଚୋରି କରି ଫଶିଲେ ଏଏସଆଇ । ମାଲଖାନାରୁ କଫ୍ ସିରପ୍ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍ ଥାନାରେ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍ ପଣ୍ଡା । ମାଲଖାନାରୁ ଜବତ ୨ ପେଟି କଫ୍ ସିରଫ୍ ସେ ଚୋରି କରିଥିବା କୁହାଯାଉଛି । ତେବେ ଅଭିଯୋଗ ଆଧାରରେ ସମ୍ବଲପୁର ଏସ୍ପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ମାଲଖାନାରୁ କଫ୍ ସିରଫ୍ ଚୋରି କରି ନିଲମ୍ବିତ ହୋଇଛନ୍ତି ଟାଉନ୍ ଥାନାରେ କାର୍ଯ୍ୟରତ ଏଏସ୍ଆଇ ବିଦ୍ୟୁତ ରଞ୍ଜନ ପଣ୍ଡା । ଜବତ କଫ୍ ସିରଫ୍ ସେ ଚୋରି କରିନେଇଥିଲେ । ଏହା ଜାଣିବା ପରେ ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଏସ୍ପି ତଦନ୍ତ ଆରମ୍ଭ କରିଥିଲେ । ଏଏସ୍ଆଇ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ୨ଟି ବକ୍ସ କୋରେକ୍ସ ଜବତ କରିଛନ୍ତି । କିଛି ଦିନ ତଳେ କନେଷ୍ଟବଳରୁ ଏଏସ୍ଆଇକୁ ପଦୋନ୍ନତି ପାଇଥିଲେ ବିଦ୍ୟୁତ ରଞ୍ଜନ ପଣ୍ଡା ।