୧୨ରେ ଆସିପାରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ମୌସୁମି ନିଷ୍କ୍ରିୟ ରହିଛି । ଏହି ନିଷ୍କ୍ରିୟ ମୌସୁମିକୁ ସକ୍ରିୟ କରିବ ଘୂର୍ଣ୍ଣିବଳୟ । କମ ବର୍ଷା ଯୋଗୁଁ ତାପମାତ୍ରା ବୃଦ୍ଧି ଘଟିଛି ଏବଂ ଏହା ଫଳରେ ବିଜୁଳି ଘଡଘଡି ନିମନ୍ତେ ପାଗ ଅନୁକୂଳ ରହିଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ କହିଛନ୍ତି ଯେ। ଆସନ୍ତା ସପ୍ତାହେ ପର୍ୟ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ତେବେ ପୁରୀ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଦକ୍ଷିଣ ଆଭ୍ୟନ୍ତରରେ ସପ୍ତାହରେ ସମୁଦାୟ ବର୍ଷା ହାରାହାରି ୩୦ ମିମି ହୋଇପାରେ। ଏହି ସମୟରେ ରାଜ୍ୟରେ ସମୁଦାୟ ବର୍ଷା ପ୍ରାୟ ୮୫ ମିମି ସ୍ୱାଭାବିକ ଭାବେ ହୋଇଥାଏ। ଅଗଷ୍ଟ ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୨ ତାରିଖରୁ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ ୧୭ତାରିଖରୁ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ଆଶଙ୍କା ରହିଥିବା ବେଳେ ଏହାର ରୂପରେଖ ବର୍ତ୍ତମାନଠାରୁ ସମ୍ଭବ ନୁହେଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।