ଆସନ୍ତାକାଲି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଆଉ ଗୋଟିଏ କିସ୍ତି

ନୂଆଦିଲ୍ଲୀ– ସୋମବାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା। କେନ୍ଦ୍ର ସରକାର ପଠାଇବେ ଏହି ଟଙ୍କା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ । ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀଭାଇ ମାନେ ପାଇବାକୁ ଯାଉଛନ୍ତି ।ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଅଗଷ୍ଟ-୯) ତାରିଖ ମଧ୍ୟାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବେ । ଏନେଇ କେନ୍ଦ୍ର ସରକାରଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି ।

 

ପ୍ରଧାନମନ୍ତ୍ରୀ କିଷାନ ନିଧୀ ଯୋଜନା ମାଧ୍ୟମରେ ପଞ୍ଜିକୃତ କୃଷକ ପରିବାରକୁ ବର୍ଷକୁ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ କୃଷକମାନଙ୍କୁ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏହି ଅର୍ଥ ସିଧାସଳଖ ପଞ୍ଜିକୃତ କୃଷକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ।ଏନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ସହ କିଛି କୃଷକ ମାନଙ୍କ ସହ କଥା ହେବେ ଓ ଦେଶକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି ।