(ରିପୋର୍ଟସ ଟୁଡ଼େ): ଗୋଟିଏ ପଟେ ହକି ୱାର୍ଲଡ କପକୁ ନେଇ ସାରା ବିଶ୍ୱର ଅନ୍ଦାଜ ଓଡିଶା ଉପରେ ରହିଁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ୨୮ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଜ୍ଝ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି କ୍ରୀଡା ଉତ୍ସବ । କଲେଜ ଅଧ୍ୟକ୍ଷ ଶେଖ ଅବଦୁଲ ରହିମଙ୍କ ଉପସ୍ଥିତିରେ କଲେଜର ଛାତ୍ରଛାତ୍ରୀ ମାନେ ଏହି କ୍ରୀଡା ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ମନ୍ଦିରରୁ ମଶାଲ ଆସିବା ପରେ ଖେଳର ଶୁଭାରମ୍ଭ କରିଥିଲେ କଲେଜ ଅଧ୍ୟକ୍ଷ । ଦୌଡ .ଲମ୍ବ ଡିଆଁ.ଉଚ ଡ଼ିଆଁ ଆଦି ଖେଳରେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ବିଭିନ୍ନ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯାଇଥିଲା । ଏହି କ୍ରୀଡା ଉତ୍ସବକୁ କଲେଜର ସମସ୍ତ ଆଧ୍ୟାପକ ଓ ଅଧ୍ୟାପିକା ପରିଚାଳନା କରିଥିଲେ ।