ଆଉ ନାହାନ୍ତି ପଶ୍ଚିମ ଓଡିଶାର ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଆଉ ନାହାନ୍ତି ପଶ୍ଚିମ ଓଡିଶାର ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ । ଆଜି ସକାଳେ ସମ୍ବଲପୁର ସେନ୍ ପାର୍କ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୧ବର୍ଷ ବୟସରେ ତାଙଯକର ବିୟୋଗ ହୋଇଛି । ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଦର୍ଶନ କରୁଛନ୍ତି । ତାଙ୍କର ଦେହାନ୍ତ ଖବର ଶୁଣି ପଶ୍ଚିମା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ବଲାଂଗୀରର ଟିକ୍ରାପଡାରେ ଜନ୍ମିତ ବିନୋଦ ପାଠପଢା ଛାଡି ତାଙ୍କ ପିତାଙ୍କ ସେଲୁନରେ କାମ କରିବା ଆରମ୍ଭ କରିଥିଲେ । ସେହି ସମୟରେ କିନ୍ତୁ ବଲାଂଗୀର ପ୍ରସିଦ୍ଧ ରାମଜୀ ନାଟକ ପାର୍ଟିରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ୨୦୨୪ରେ କେନ୍ଦ୍ର ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ। ଏହାଛଡ଼ା ସଂଗୀତ ନାଟକ ଏକା‌ଡେମି ସମ୍ମାନ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି। ତେବେ, ପରିଣତ ବୟସରେ ବି ସେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି।ରିପୋର୍ଟର ଟୁଡ଼େ ପରିବାର ତରଫରୁ ପଦ୍ମଶ୍ରୀ ବିନୋଦ ପଶାୟତ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ ।