ଆମେରିକା ନିୟନ୍ତ୍ରଣରେ ନୁର ଖାନ ଏୟାରବେସ, ପାକ୍ ବିଶ୍ଳେଷକଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଆମେରିକା ଅକ୍ତିଆରରେ ପାକିସ୍ତାନ ନୁର ଖାନ ଏୟାରବେସ । ଏପରି ଦାବି କରିଛନ୍ତି ଆମେରିକାର ଜଣାଶୁଣା ବିଶ୍ଳେଷକ ଇମତିଆଜ ଗୁଲ । ଯାହାର ଭିଡିଓ ମୋବଇଲରୁ ମୋବଇଲ ଘୁରି ବୁଲୁଛି । ସେ ଆହୁରି କାହିଛନ୍ତି ଯେ ଏହି ଏୟାରବେସ ଏବେ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ। ପାକିସ୍ତାନ ସେନା ଅଧିକାରୀମାନଙ୍କୁ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଅନୁମତି ନାହିଁ। ସେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଆମେରିକୀୟ ବିମାନଗୁଡ଼ିକୁ ଏଠାରେ ବାରମ୍ବାର ଦେଖାଯାଇଛି ଏବଂ ସେମାନଙ୍କ ସହିତ ଅଣାଯାଇଥିବା କାର୍ଗୋ ସମ୍ପର୍କରେ କୌଣସି ସ୍ୱଚ୍ଛତା ନାହିଁ। ଇମତିଆଜ୍ ଗୁଲ୍ ଙ୍କ ଏହି ବୟାନ ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।


ଭାରତ ନିକଟରେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ନୁର ଖାନ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଭାରତୀୟ ବାୟୁସେନାର ଏହି ଆକ୍ରମଣକୁ ପାକିସ୍ତାନ ପାଇଁ ଏକ ଗମ୍ଭୀର ରଣନୈତିକ ଆଘାତ ବୋଲି ବିବେଚନା କରାଯାଉଛି। ନୁର ଖାନ ଏୟାରବେସ୍ କେବଳ ଏକ ସାଧାରଣ ସାମରିକ ଘାଟି ନୁହେଁ, ବରଂ ଏହା ପାକିସ୍ତାନ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ କମାଣ୍ଡ ସେଣ୍ଟର। ଏହି ଏୟାରବେସ୍ ରାୱଲପିଣ୍ଡିରେ ଥିବା ପାକିସ୍ତାନ ସେନା ମୁଖ୍ୟାଳୟରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ ।


ନୁର ଖାନ ଏୟାରବେସ ପାକିସ୍ତାନ ବାୟୁସେନାର ମୁଖ୍ୟ ପରିବହନ ସ୍କ୍ୱାର୍ଡନ ପାଇଁ ଆବାସସ୍ଥଳ। ଏଠାରେ C-130 ହର୍କୁଲିସ୍ ଏବଂ IL-78 ଭଳି ବିମାନ ନିୟୋଜିତ ହୋଇଛି। ଯାହା ଲଜିଷ୍ଟିକ୍ ଏବଂ ରଣନୈତିକ ବିମାନ ପରିବହନ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ। ଏହି ଏୟାରବେସର କ୍ଷତି ପାକିସ୍ତାନ ବାୟୁସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଗମ୍ଭୀର ଭାବରେ ପ୍ରଭାବିତ କରିପାରେ।