ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି

ଯାଜପୁର (ବରୀ) / ପ୍ରଶାନ୍ତ ଦ୍ବିବେଦୀ:  ବରୀ ବ୍ଲକ ରେ ଚଳିତ ବର୍ଷ 4000 ରୁ ଉର୍ଦ୍ଧ ଜନହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତରେ ବରୀ ବ୍ଲକ ବିଡ଼ିଓ ନମିତା ବାରିକ ଓ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଦି ଭତା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି । ସେହିପରି ଅମଠପୂର୍, ଅରଙ୍ଗାବାଦ୍, ରତ୍ନଗିରି, ଚନ୍ଦନ ପୂର୍, ମନ୍ଦlରି, ଧାରପୁର, ଅଟିରା, ଅଲିପୁର, ରଂପା, ବାଲିଆ, କିମିରିଆପାଳ,ଆଦି ବିଭିନ୍ନ ପଞ୍ଚାୟତରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବରୀ ବ୍ଲକ ଅଧିନସ୍ଥ ଅମଠପୁର ପଞ୍ଚାୟତରେ ଭତା ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରୀ ବ୍ଲକ ବିଡ଼ିଓ ନମିତା ବାରିକ ଓ ସମ୍ମାନିତ ଅତିଥି ଭାବେ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି ଯୋଗ ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ।, ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି,ସ୍ଥାନୀୟ ସରପଞ୍ଚ ଚିତ ରଞ୍ଜନ ପୃଷ୍ଟି ,ସମିତି ସଭ୍ୟl ସୁଜାତା ଦାସ ଓ ବିରଜା ଶଙ୍କର ଦାସ ଉପସ୍ଥିତ ରହି ମଧୁବାବୁ ପେନସନ ଯୋଜନାରେ ମଞ୍ଜୁର ହୋଇଥିବା ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ   ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସେହିପରି ପଞ୍ଚାୟତ ଦାୟିତ୍ୱରେ ରହିଥିବା ଗ୍ରାମ୍ୟ ରୋଜଗାର ସେବକ ଉତ୍କଳ କେଶରୀ ନାୟକ   ଉପସ୍ଥିତ ରହି  ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ବର୍ଷା ଋତୁ କୁ ଆଖି ଆଗରେ ରଖି ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପୃଷ୍ଟି ଆଜି ନିଜ ଦରମା ଅର୍ଥ ରାଶି ରେ ବୃଦ୍ଧା ମାନଙ୍କୁ ଛତା ବଣ୍ଟନ କରିଥିଲେ। ଦୀର୍ଘ ଚାରି ବର୍ଷ ଧରି ବୃଦ୍ଧା ମାନେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇ ପାରୁନଥିଲେ। ଅମଠପୁର ପଞ୍ଚାୟତ ରେ 110 ଜଣ ହିତାଧିକାରୀ ନୂତନ ଭାବେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ବେଳେ ଆଜି ଭତା ଅର୍ଥ ରାଶି ବଣ୍ଟନ ସମୟରେ ସେମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା।