ଆସନ୍ତା କାଲି ନିର୍ବାଚନକୁ ଦୁଷ୍ଟିରେ ରଖି ସମସ୍ତ ମଦ ଦୋକାନ ସହ ବାର ବନ୍ଦ

ଭୁବନେଶ୍ୱର : ରତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଭୁବନେଶ୍ୱର ସମେତ ୬ ଲୋକସଭା କ୍ଷେତ୍ରରେ ହେବ ମତଦାନ । ସେଥିପାଇଁ ଗତକାଲିଠାରୁ ସମସ୍ତ ମଦ ଦୋକାନ ସହ ବାର ଗୁଡିକୁ ବନ୍ଦ କରି ଦିଆଯାଇଛି । ତେବେ ଏହା ନିର୍ବାଚନ ଶେଷ ତଥା ରାବିବାର ସକାଳ ୧୦ ଟାରେ ଖୋଲିବା ନେଇ ସୂଚନା ରହିଛି । ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନର ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁସାରେ ଯେଉଁ ଜିଲ୍ଲା ରେ ୨୫ ତାରିଖରେ ନିର୍ବାଚନ ସେଠାରେ ଗୁରୁବାର ଅପରାହ୍ଣ ଅର୍ଥା ତ୍ ୨୩ତାରିଖ ୫ଟାରୁ ସମସ୍ତ ଦୋକାନ ବନ୍ଦ କରିଛନ୍ତି । ୨୬ ତାରିଖ ଅର୍ଥାତ ରବିବାର ଦିନ ୧୦ ବେଳେ ଦୋକାନ ଖୋଲିକ । ତା’ଛଡ଼ା ଯେଉଁ ଲୋକସଭା କ୍ଷେତ୍ରରେ ମତଦାନ ହେଉଥିବ ତାର ସୀମାନ୍ତ ଲୋକସଭା କ୍ଷେତ୍ରର ୭ରୁ୧୦ କିମି ଭିତରେ ଥିବା ମଦ ଦୋକାନ ଓ ବାର ଗୁଡିକ ବନ୍ଦ ରହିବ । ସେଥି ପାଇଁ କିଛି ଦୋକାନ ମେ’ ୨୩ରୁ ଜୁନ୍ ୪ ତାରିଖ ପର୍ୟ୍ୟନ୍ତ ୬ ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଜୁନ୍ ୧ ତାରିଖରେ ଯେଉଁ ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ ସେଠାରେ ମେ’ ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ସବୁ ମଦ ଦୋକାନ ବନ୍ଦ ରହିବ । ସେମାନେ ଜୁନ୍ ୨ ତାରିଖ ସକାଳ ୧୦ଟା ପରେ ଦୋକାନ ଖୋଲିପାରିବେ । ଭୋଟ ଗଣତି ଦିନ ରାଜ୍ୟର ସମସ୍ତ ଠିପିବନ୍ଦ ଓ ଖୋଲା ମଦ ଦୋକାନ, ବଟ୍ଲିଂ ୟୁନିଟ୍ ମଧ ବନ୍ଦ ରଖିବା କୁ ଅବକାରୀ ବିଭାଗର ନିର୍ଦ୍ଦେଶ ରହିଛି। ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ୧ ତାରିଖରେ ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ହେବ । ସେଥିପାଇଁ ପାହାଳରେ ଥିବା ବାର୍ ବନ୍ଦ ରହିବହି । କାରଣ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ନିଆଳି ବିଧାନସଭା ଆସୁଛି। ନିଆଳି ବିଧାନସଭା ସୀମା ଠାରୁ ୭ରୁ୧୦ କିଲୋମିଟର ଦୂରରେ ବାର୍ ଆସୁଛି। ସେଥିପାଇଁ ଉକ୍ତ ବାର୍ ୩୦ ତାରିଖ ଅପରାହ୍ଣ ଠାରୁ ଅଢ଼େଇ ଦିନ ବନ୍ଦ ରହିବହି । ଏଥିସହ ଫୁଲନଖରାର ଅନନ୍ତପୁର ଠିପିବନ୍ଦ ଓ ଠିପିଖୋଲା ଦୋକାନ, ନହରକଣ୍ଟା ଠିପିବନ୍ଦ, ବନମାଳିପୁରପୁ ସି.ଏଲ୍ ଭଳି ୧୧ଟି ଦୋକାନ ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ବନ୍ଦ ରହିବ । ଏପଟେ ଖୋର୍ଦ୍ଧାରେ ନିର୍ବାଚନ ଥିବା ରୁ ବ୍ରହ୍ମପୁର କିଛି ଦୋକାନ ବନ୍ଦ ମଧ୍ୟ ରହିବ।