ବିମାନବନ୍ଦରରେ କୁଆଁ କୁଆଁ ଡାକ

Airport

ନୂଆଦିଲ୍ଲୀ : ବିମାନ ଉଡାଣ ପାଇଁ ସରିଥିଲା ଘୋଷଣା । ଆଉ କିଛି ସମୟର ଅବଧି ପରେ ନିଜ ଠିକଣାକୁ ଯାଇଥାନ୍ତେ ମହିଳା । ହେଲେ ସେଇ ସମୟରେ ଆରମ୍ଭ ହୋଇଥିଲା ଗର୍ଭ ଯନ୍ତ୍ରଣା । ଆଉ ତା ପରେ କୋଳରେ ଶୁଭିଲା କୁଆଁ କୁଆଁ ଡାକ । ଏଭଳି ଖବର ସାମ୍ନାକୁ ଆସିଛି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ । ଗର୍ଭବତୀ ମହିଳାଜଣକ ହୁବୁଲି ଯିବା ପାଇଁ ନିଜ ସ୍ବାମୀ ଏବଂ ଝିଅଙ୍କ ସହ ଟର୍ମିନାଲ ୩ର ୫୧ ନମ୍ବର ଗେଟରେ ଅପେକ୍ଷା କରିଥିଲେ । ମଙ୍ଗଳବାର ସକାଳ ୧୦.୭ରେ ବିମାନ ରହିଥିବା ଯୋଗୁଁ ବୋର୍ଡିଂ ପାସ ମଧ୍ୟ ସରିଯାଇଥିଲା । ବିମାନକୁ ଅପେକ୍ଷା କରିଥିବା ସମୟରେ ମହିଳାଙ୍କ ହଠାତ୍ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଫଳରେ ସ୍ଥାନୀୟ କର୍ମଚାରୀଙ୍କ ଦ୍ବାରା ତାଙ୍କୁ ଏୟାରପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସକାଳ ୯.୩୭ ମିନିଟ ସମୟରେ ଶିଶୁ ପୁତ୍ରଟିଏ ଜନ୍ମ ହୋଇଥିଲା । ଏନେଇ ଏୟାରପୋର୍ଟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଦିଲ୍ଲୀ ବିମାନବନ୍ଦରରେ ଏହା ପ୍ରଥମ ଘଟଣା । ବର୍ତ୍ତମାନ ମାଆ ଏବଂ ଛୁଆ ସୁସ୍ଥଥିବା ନେଇ ସୂଚନା ରହିଛି । ଦିଲ୍ଲୀ ଏୟାରପୋର୍ଟ ତରଫରୁ ଟ୍ବିଟଯୋଗେ କୁହାଯାଇଛି, “ଏୟାରପୋର୍ଟରୁ ସବୁଠୁ କମ ବୟସର ଯାତ୍ରୀଙ୍କୁ ସ୍ବାଗତ ! ଏୟାରପୋର୍ଟରେ ପ୍ରଥମ ଶିଶୁକୁ କରିବା ପାଇଁ ଟର୍ମିନାଲ ୩ରେ ଉତ୍ସବ ପାଳନ କରିଯାଇଛି ।