ଏହି ସ୍ଥାନରେ ପୋତାଯାଇଛି ଅଶୋକଙ୍କ ୯୯ ଭାଇଙ୍କ ଶବ

(ମମତା ସାମଲ)ରିପୋର୍ଟସଟୁଡେ: ଦୁନିଆରେ ବହୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି । ଯାହାକୁ ପ୍ରକୃତି ସୃଷ୍ଟି କରିଛି । ଯାହାର ସତ୍ୟାସତ୍ୟ ଖୋଜିବା ପାଇଁ ବୈଜ୍ଞାନିକମାନେ ଏଯାଏଁ ସଫଳ ହୋଇପାରିନାହାନ୍ତି । ଏହି କୂଅ ଯେତିକି ରହସ୍ୟମୟୀ ସେତିକି ଭୟାନକ । ସାଧାରଣ କୂଅ ଠାରୁ ଏହି କୂଅ ସମ୍ପୂର୍ଣ୍ଣ ଅଲଗା ।
ବିହାରର ରାଜଧାନୀ ପାଟନା ସହରର ରହସ୍ୟମୟୀ ଅଗମ କୂଅକୁ ଦୁନିଆର ରହସ୍ୟମୟୀ କୂଅ ମଧ୍ୟରେ ସାମିଲ କରାଯାଇଛି । ଏହି କୂଅ ବାହାରୁ ଯେତିକି ସାଧାରଣ ଦେଖାଯାଉଛି ଭିତରୁ ସେତିକି ସାଧାରଣ ନୁହେଁ । ଅଢେଇ ହଜାର ବର୍ଷ ବିତି ଯାଇଥିଲେ ମଧ୍ୟ ଏହି କୂଅର ପାଣି ସୁଖି ନାହିଁ । ଏପରିକି ତାପମାତ୍ରା ବୃଦ୍ଧି ହେଲେ କିମ୍ବା ବନ୍ୟା ହେଲେ ମଧ୍ୟ ଏହି କୂଅ ପାଣି ଉପରେ କୌଣସି ପ୍ରଭାବ ପଡେ ନାହିଁ । ଏବେ ଏଏସଆଇ ଏହାର ରକ୍ଷଣାବେକ୍ଷଣା କରୁଛି ।
କୁହାଯାଉଛି କି, ସମ୍ରାଟ ଅଶୋକଙ୍କର ୯୯ ଭାଇଙ୍କର ଶବ ଏହି କୂଅରେ ପୋତା ଯାଇଛି । ଅଶୋକଙ୍କୁ ଲାଗିଥିଲା କି, ତାଙ୍କର ୯୯ ଭାଇ ତାଙ୍କର ରାଜଗାଦୀ ପାଇଁ ବାଧକ ହୋଇ ପାରନ୍ତି । ତେଣୁ ସେ ତାଙ୍କର ଭାଇମାନଙ୍କୁ ହତ୍ୟା କରି ଏହି କୂଅରେ ପୋତିଥିଲେ । ଏପରିକି ସମ୍ରାଟ ଅଶୋକ ସେଠାରେ ବହୁ ଖଜାନା ଲୁଚାଇ ରଖିଥିଲେ । ଏପରି ମଧ୍ୟ କୁହାଯାଉଛି ଏହି କୂଅ ମଧ୍ୟରେ ଆହୁରି ୯ଟି କୂଅ ରହିଛି । ସୁଡଙ୍ଗ ମଧ୍ୟ ରହିଛି । ଯାହାକି ଦେଶର ଅନ୍ୟ ରାଜ୍ୟଗୁଡିକରେ ଏହି ସୁଡଙ୍ଗ ଯୋଗ କରୁଛି ।