ପୁଣି AI ରେ ଜଗନ୍ନାଥ ସଂସ୍କୃତିକୁ ବିକୃତ କରିବାର ନଜିର ଆସିଛି

ପୁଣି AI ରେ ଜଗନ୍ନାଥ ସଂସ୍କୃତିକୁ ବିକୃତ କରିବାର ନଜିର ଆସିଛି । କିଏ ଏଇ jasmin oki ?? ଯାହାଙ୍କ ଫେସବୁକ୍ ଆକାଉଣ୍ଟ ରୁ ଭାଇରାଲ ହେଉଛି ଭିଡିଓ । ଭିଡିଓରେ ଶ୍ରୀମନ୍ଦିର ଆଗରେ ତିନି ଠାକୁରଙ୍କୁ ମୂର୍ତ୍ତି ପୂଜା ପାଉଛନ୍ତି । ମଝିରେ ମହାପ୍ରଭୁ ଜଗନ୍ନାଥଙ୍କ ବୃହତ୍ ମୂର୍ତ୍ତି ରହିଛି । ଉଭୟ ପାର୍ଶ୍ଵରେ ମା’ ସୁଭଦ୍ରା ଏବଂ ବଡ ଠାକୁର ବଳଭଦ୍ର ଛିଡା ହୋଇ ରହିଥିବାର ଭଙ୍ଗି ଦେଖା ଦେଇଛି । ସବୁଠାରୁ ବଡ କଥା ଯେ ଏହି ଆଇ ଡି ଟି ପରମ୍ପରା ଭଙ୍ଗ ବିଷୟରେ ଅବଗତ ଅଛି । କାରଣ ଏହି ଆଇ ଡି ରେ ଅପଲୋଡ଼ ହୋଇଥିବା ଏକ ଭିଡିଓରେ ଏକ ନିର୍ଦ୍ଦିଷ୍ଟ AI ର ପରମ୍ପରା ବିରୋଧୀ ଖବର ଅପଲୋଡ଼ ହୋଇଛି । ଜାଣତରେ କିଭଳି ଏଭଳି ଏହି ଆଇ ଡି ରୁ ଏଭଳି ପରମ୍ପରା ବିରୋଧୀ ଭିଡିଓ ଅପଲୋଡ଼ କରାଯାଇଅଛି,ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।