ଡ୍ରପ ଆଉଟ ନେଇ ପ୍ରସଙ୍ଗ ଉଠାଇବା ପରେ ଉତ୍ତର ରଖିଲେ ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇପାରିବେ ଡ୍ରପଆଉଟ ପିଲା । ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରି ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ବିବୃତି ରଖିବା ପାରେ ଗୃହରେ ଏହାକୁ ନେଇ ଉତେଜନା ଦେଖାଦେଇଥିଲା । ଗତକାଲି ବିରୋଧୀ ଏହି ପ୍ରସଙ୍ଗ ଉଠାଇବାପରେ ଉତ୍ତର ରକବଲେ ମନ୍ତ୍ରୀ ସମୀର ଦାସ । ଅନ୍ୟରାଜ୍ୟର ଉଦାହରଣ ଦେଇ ଗଣଶିକ୍ଷା ମନ୍ତ୍ରୀ ବିରୋଧିଙ୍କୁ କାଉଣ୍ଟର କରି କହିଛନ୍ତି ଦେଶରେ ସବୁଠାରୁ ଅଧିକ ଡ୍ରପଆଉଟ ଉତ୍ତର ପ୍ରଦେଶରେ ରହିଛନ୍ତି ।ଯେଉଁ ଠାରେ ୪ଲକ୍ଷ ୧୮ ହଜାର ପିଲା ଡ୍ରପଆଉଟ ହୋଇଛନ୍ତି । ସେହିପରି ଆନ୍ଧ୍ର ଓ ଛତିଶଗଡ଼ ରେ ବି ଡ୍ରପ ଆଉଟ ହାର ବହୁତ ଅଧିକ ରହିଛି ।