କଂଗ୍ରେସକୁ ବାଏ ବାଏ କରି ଶଙ୍ଖ ଫୁଙ୍କିଲେ ସୁମିତ୍ରା

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : କଂଗ୍ରେସ ଶିବିରକୁ ଝଟକା ଦେଇ ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିବା ସୁମିତ୍ରା ଶେଷରେ ଶଙ୍ଖ ଧରିଛନ୍ତି । ଶତାଧିକ ମହିଳାକର୍ମୀଙ୍କ ସହ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୁମିତ୍ରା
କଂଗ୍ରେସରୁ ଟିକେଟ୍ ନପାଇ ଖପ୍ପା ଥିଲେ ସୁମିତ୍ରା । ଏପରିକି ମହିଳାଙ୍କୁ କାହିଁକି କଂଗ୍ରେସ ହାଇକମାଣ୍ଡ ଟିକେଟ୍ ଦେଉନାହାନ୍ତି ସ୍ୱର ଉଠାଇ ପ୍ରତିବାଦ କରୁଥିଲେ ସୁମିତ୍ରା । ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ ବାଦ୍ ଦେବାରୁ କଂଗ୍ରେସକୁ ବାଏ ବାଏ କରି ମହିଳା ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସୁମିତ୍ରା । ଆଉ ଶେଷରେ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରକୁ ଏଣ୍ଟ୍ରି କରିଛନ୍ତି ସୁମିତ୍ରା ।