ଫୁଲବାଣୀ: ଫୁଲବାଣୀରେ ଆଣ୍ଟି ନକ୍ସଲ ଅପରେସନ ADGଙ୍କ ସମୀକ୍ଷା । ସମୀକ୍ଷା ପରେ ADG ସଞ୍ଜୀବ ପଣ୍ଡାଙ୍କ ପ୍ରେସମିଟ୍ । କନ୍ଧମାଳ ଏନ୍କାଉଣ୍ଟରରେ ସାମିଲ୍ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କଲେ ଏଡିଜି । ଏବେବି ଅପରେସନ ଜାରି ରହିଛି, ଅଧିକ ଟିମ୍ ସାମିଲ୍ କରାଯାଇଛି ବୋଲି କହିଛନ୍ତି ଏଡିଜି । ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୩୯ ବର୍ଷ ଧରି ମାଓ ସଂଗଠନରେ ସାମିଲ୍ ଥିଲ ଗଣେଶ ଉଇକେ । ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡରେ ଜଡ଼ିତ ଥିଲା ଗଣେଶ । ଓଡ଼ିଶାରେ ନକ୍ସଲ ଗତିବିଧିର ସେ ନେତୃତ୍ବ ନେଉଥିଲା । ଗଣେଶ ସଂଗଠନର ମୁରବି ଥିଲା, ତେଣୁ ତା ମୃତ୍ୟୁ ସଂଗଠନକୁ ଶକ୍ତ ଝଟ୍କା । ଅଧିକାଂଶ ପାର୍ଟି ଛାଡ଼ିବେ ନଚେତ୍ ଆତ୍ମସମର୍ପଣ କରିବେ । ହିଂସାପଥ ଛାଡ଼ି ନକ୍ସଲମାନେ ଆତ୍ମସମର୍ପଣ କରନ୍ତୁ । ମାଓମୁକ୍ତ ପାଇଁ ଆମକୁ ଟାର୍ଗେଟ୍ ଦିଆଯାଇଛି, ମାର୍ଚ୍ଚ ସୁଦ୍ଧା ନିଶ୍ଚୟ ମାଓମୁକ୍ତ ହେବ ବୋଲି କହିଛନ୍ତି ଏଡିଜି ।

ତେବେ ଫୁଲବାଣୀରେ ଆଣ୍ଟି ନକ୍ସଲ ଅପରେସନ ADG ସଞ୍ଜୀବ ପଣ୍ଡା ସମୀକ୍ଷା କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଫୁଲବାଣୀରେ ADGଙ୍କ ସ୍ଥିତି ସମୀକ୍ଷା । କନ୍ଧମାଳ ଜିଲ୍ଲାରେ ଏନ୍କାଉଣ୍ଟର ପରେ ADGଙ୍କ ସ୍ଥିତି ସମୀକ୍ଷା । ସର୍ଚ୍ଚ ଓ କମ୍ବିଂ ଅପରେସନ ଜାରି ରହିଥିବା କହିଲେ ଏଡିଜି । ନିହତ ଆଉ ୩ ମାଓବାଦୀଙ୍କ ମଧ୍ୟ ପରିଚୟ ମିଳିଥିବା ସୂଚନା । କନ୍ଧମାଳରେ ଦୁଇ ଦିନରେ ଏନ୍କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି ।