ମନ୍ କି ବାତ କାର୍ଯ୍ୟକ୍ରମରେ ଅପରେସନ୍ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ କଲେ ସମ୍ବୋଧିତ

ନୂଆ ଦିଲ୍ଲୀ :  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୨ ତମ୍ ‘ମନ୍ କି ବାତ’ କାର୍ଯ୍ୟକ୍ରମ । ଏଥିରେ  ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍‌। ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି । ଆତଙ୍କବାଦ ଶେଷ କରିବା ଭାରତର ସଂକଳ୍ପ । ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ। ଅପରେସନ ସିନ୍ଦୂର’ ବଦଳୁଥିବା ଭାରତର ଚିତ୍ର । ଅପରେସନ ସିନ୍ଦୂର’ ସାହସ ଓ ସଂକଳ୍ପର ପ୍ରତୀକ । ଅପରେସନ ସିନ୍ଦୂର’ରେ ଆତ୍ମନିର୍ଭର ଭାରତର ଝଲକ । ସେନା ଆତଙ୍କବାଦୀଙ୍କ ଠିକଣା ଧ୍ବଂସ କଲା ।ଏହାସହ ସେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ଯେଭଳି ସଫଳତା ହାସଲ କଲା ତାହାକୁ ପ୍ରଶଂସା କରିଛନ୍ତି । ସେପଟେ ଅପରେସନ୍ ସିନ୍ଦୂର ଓ ଅସ୍ତ୍ରବିରତି ପରେ ଦେଶରେ ବିଜେପି ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଯେଭଳି ଗାଁରୁ ସହର ପର୍ଯ୍ୟନ୍ତ ଲୋକ ସାମିଲ ହେଲେ ସେନେଇ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।