PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର କରିଥିବା ଲୋକଙ୍କ ବିରୋଧରେ ଆକ୍ସନ

ଭୁବନେଶ୍ଵର: PUCC ସେଣ୍ଟର ନାଁରେ ଫେକ୍‌ ସେଣ୍ଟର କରିଥିବା ଲୋକଙ୍କ ବିରୋଧରେ ଆକ୍ସନ । ୭୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ସଂପୃକ୍ତ ସେଣ୍ଟର ଆଉ ନିଜ ଆଇଡିରୁ ଲଗ୍‌ ଇନ୍ କରିପାରିବେ ନାହିଁ । ଅପରାଧିକ ମାମଲା ରୁଜୁ ସହ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ । ଏଭଳି ସେଣ୍ଟର ଉପରେ ନଜର ରଖିବାକୁ ଆର୍‌ଟିଓଙ୍କୁ ନିର୍ଦ୍ଦେଶ । ଏନେଇ ସୂଚନା ଦେଲେ ଅତିରିକ୍ତ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ର । ପ୍ରାୟ ୯୦ ଲକ୍ଷ ଗାଡ଼ିର ହେବ PUC ସାର୍ଟିଫିକେଟ । ଏଯାବତ୍ ହୋଇଛି ୪୪ ଲକ୍ଷ ଗାଡ଼ିର ସାର୍ଟିଫିକେଟ ।

ସାଧାରଣ ପିୟୁସିସି ପାଇଁ ୩୦ଟଙ୍କା । ଚାଲଣ ଥିଲେ ୧୦୦। ମୋତେ ଯୋଗାଯୋଗ କରନ୍ତୁ, ଆଉ ସୁବିଧାରେ ପ୍ରଦୂଷଣ ପ୍ରମାଣପତ୍ର ପାଆନ୍ତୁ । ଏହିଭଳି କିଛି ମେସେଜ ଏବେ ଘୁରିବୁଲୁଛି । ଯେଉଁନମ୍ବରରୁ ମେସେଜ୍ ଆସୁଛି ସେଥିରେ ସାଟିଫିକେଟ୍ ମଧ୍ୟ ମିଳୁଛି । ତେବେ ପେଟ୍ରୋଲ ଗାଡ଼ି ଯାଞ୍ଚ ପାଇଁ ଅତିକମରେ ୫ ମିନିଟ୍ ଓ ଡିଜେଲ ଗାଡ଼ି ୭ ମିନିଟ୍ ସମୟ ନେଉଥିବା ବେଳେ ମାତ୍ର ୨ ମିନିଟ୍ ଭିତରେ କେମିତି ପିୟୁସିସି ଦିଆଗଲା ? ସେନେଇ ଖୋଳତାଡ ଆରମ୍ଭ କରିଛି ପୁଲିସ।