କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା : ତିନିଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ଜଗତସିଂହପୁର/ଦିଲ୍ଲିପ ସାହୁ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ତିନିଜଣ ବାଇକ୍ ଆରୋହୀ ଗୁରୁତର ଆହତ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତା ତେରମାଣପୁର ଗଡା ଠାରେ ଘଟିଛି ଦୁର୍ଘଟଣା।ସାଇଲୋ ପଞ୍ଚାୟତ ଛୋଟିବର ଗ୍ରାମର କ୍ରିର୍ଷ୍ଣା ସାହୁ ନିଜ ବାଇକରେ ଗ୍ୟାସ ସିଲିଣ୍ଡର ନେଇ ଘରକୁ ଯାଉଥିବା ବେଳେ ବିପରିତ ଦିଗରୁ ଆପାଚୀ ବାଇକରେ ଦୁଇଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଦୃତଗତୀରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲେ।

ନିଶାସକ୍ତ ଅବସ୍ଥାରେ ଆପାଚୀରେ ଥିବା ବାଇକ୍ ଆରୋହୀ ପଙ୍କପାଳ ବଣିକୁନ୍ଦ ଗ୍ରାମର ପ୍ରଶାନ୍ତ ମଲ୍ଲିକ ଓ ଜ୍ଞାନ ରଞ୍ଜନ ଦାସ ବୋଲି ଜଣାପଡିଛି।ତିନି ଗୁରୁତର ବାଇକ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ତିନିଜଣ ବାଇକ୍ ଆରୋହୀଙ୍କ ଅବସ୍ଥା ଗୁରୁତର ରହିଛି।ଘଟଣାସ୍ଥଳରେ ଦୁଇଟି ବାଇକ ପଡି ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାପଡିଛି ।