ରାଥିବାଲି ଜଳପ୍ରପାତରେ ଅଘଟଣ, ନୂଆ ବର୍ଷ ବୁଲିବାକୁ ଯାଇ ଖସିଗଲା ଗୋଡ଼, ଜଣେ ମୃତ୍ୟୁ

0

ପଟାଙ୍ଗି (ଦଶରଥ ମାଛ) : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଲିଗାବଡ଼ରସ୍ଥିତ ରାଥିବାଲି ଜଳପ୍ରପାତରେ ଅଘଟଣ । ଜଳପ୍ରପାତରୁ ଖସି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ କଟକ ଜିଲ୍ଲାର ଜଗତପୁର ଅଞ୍ଚଳର ଏସ କେ ଆଜାଦ ମହମ୍ମଦ । ସୂଚନା ଅନୁଯାୟୀ କଟକ ଜଗତପୁର ଅଞ୍ଚଳର ୫ ଜଣ ପର୍ଯ୍ୟଟକ ଜଳପ୍ରପାତକୁ ବୁଲିବା ପାଇଁ ପଟାଙ୍ଗି ରାଥିବାଲି ଜଳପ୍ରପାତରେ  ଯାଇଥିଲେ । ସେଥିମଧ୍ୟରୁ ଏକ ଯୁବକ ଶୌଚ ହେବାକୁ ଯାଇଥିଲେ।କିନ୍ତୁ ଦୁର୍ଭାଗ୍ୟ ଜନକ ଗୋଡ଼ ଖସି ଜଳପ୍ରପାତ ତଳକୁ ଖସିପଡ଼ି ଯାଇଥିଲେ।ଫଳରେ ସେ ପଥର ଚଟାଣରୁ ପ୍ରାୟ ୨ଶହ ମିଟର ତଳକୁ ଖସି ଏକ ପଥରରେ ମାଡ଼ ହୋଇଥିଲେ। ଏହା ଦେଖି ତାଙ୍କ ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କ ସାଙ୍ଗ ମାନେ  ପାଇପାରିନଥିଲେ ।ଏହାକୁ ଦେଖି ଉପସ୍ଥିତ ନିଜ ସାଥିରେ ଥିବା ସାଙ୍ଗ ଓ ଅନ୍ୟ ପର୍ଯ୍ୟଟକମାନେ ଖୋଜାଖୋଜି କରିଥିଲେ ,କିନ୍ତୁ ତାଙ୍କୁ ପାଇପାରିନଥିଲେ । ଏନେଇ ଘଟଣାସ୍ଥଳରେ ଖବର ପାଇଁ ଅଗ୍ନିଶମ  ବାହିନୀ ଓ ପୁଲିସ ପହଞ୍ଚି ୨ଘଣ୍ଟା ପରେ ମହମ୍ମଦଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।