ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗସ୍ତ ହୋଇଛି । ଚାରିଧାମ ଯାତ୍ରା ଲାଗି ବସଟି ୩୦ ଜଣ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ବାହାରିଥିଲା । ଗାଡି ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ବସ ଯମୁନୋତ୍ରୀ ଜାତୀୟ ରାଜପଥର ଡାମଟା ଠାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ଦୁର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉତ୍ତରାଖଣ୍ଡ ପୁଲିସ ପ୍ରଶାସନ ଦ୍ୱାରା ମୃତକ ଓ ଆହତଙ୍କୁ ଉଦ୍ଧାର କରାଯାଇଥିଲା । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ ଦୁର୍ଘଟଣା ଲାଗି ମୁଖ୍ୟମନ୍ତ୍ରୀ ପୁଷ୍କରସିଂହ ଧାମୀ ଶୋକ ପ୍ରକାଶ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତୃକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଆହାତଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି ।