ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ହିନ୍ଦୋଳ/ଗୌତମ ମୁଦୁଲି: ହେଲମେଟ ନ ପିନ୍ଧିବା ହେଲା କାଳ। ଚାଲିଗଲା ନିରୀହ ମୂଲ୍ୟବାନ ଜୀବନ। ହୁଏତ ହେଲମେଟ ପିନ୍ଧିଥିଲେ ବଞ୍ଚିଯାଇଥାଆନ୍ତା ବହୁମୂଲ୍ୟ ଜୀବନ। ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଅନ୍ତର୍ଗତ ଚମ୍ପତିସାହିରେ।

ସୂଚନା ମୁତାବକ ହିନ୍ଦୋଳ ବ୍ଲକ୍ ପାଟଲା ଗ୍ରାମର ପ୍ରସନ୍ନ ଖୁଣ୍ଟିଆଙ୍କ ପୁଅ ବିଜୟ ଖୁଣ୍ଟିଆ ନିଜର ବାଇକ୍ ଯୋଗେ ହିନ୍ଦୋଳ ଆସୁଥିବା ବେଳେ ହିନ୍ଦୋଳ ଚମ୍ପତିସାହି ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ବାଇକ୍ ସହିତ ହୋଇଥିଲା ମୁହାଁମୁହିଁ ଧକ୍କା। ଘଟଣା ସ୍ଥଳରୁ ପୋଲିସ୍ ଏବଂ ସ୍ଥାନୀୟ ଲୋକମାନେ ମିଶି ଗୁରୁତର ଅବସ୍ଥାରେ ବିଜୟଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥଲେ। କିନ୍ତୁ ସେଠାରେ ଡାକ୍ତର ବିଜୟଙ୍କୁ ମୃତ୍ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର ହୋଇଥିବା ସନ୍ଦୀପ୍ତ ସାମଲ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ହେଲମେଟ ପିନ୍ଧିଥିଲେ ବହୁମୂଲ୍ୟ ଜୀବନ ବଞ୍ଚି ପାରିଥାନ୍ତା ବୋଲି ସାଧାରଣରେ ପ୍ରକାଶ ପାଇଛି।