ବିଦ୍ୟୁତ ଖୁଣ୍ଟରେ ଚଢି ଜୀବନ ହାରିରେ ଯୁବକ

ଗଞ୍ଜାମ : ବିଦ୍ୟୁତ ଖୁଣ୍ଟରେ ଚଢି ଜୀବନ ହାରିରେ ଯୁବକ । ଗଞ୍ଜମ ଜିଲ୍ଲା ଭଞ୍ଜନଗର ସହରର ବାଣୀବିହାର ଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଦ୍ୟୁତ ସଂସ୍ପଶରେ ଆସି ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କର ପରିଚୟ ଏବେବି ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ, ଯୁବକ ଜଣକ ହଠାତ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇ ଅଚାନକ ବିଦ୍ୟୁତ କୁ ଧରିଦେଲା । ଯାହାରିଫଳରେ ଘଟଣାସ୍ଥଳ ରେ ହିଁ ଯୁବକ ଜଣଙ୍କ ମୃତ୍ୟୁ ବରଣ କରିଥିଲେ । ବେବେ ତଳେ ଠିଆ ହୋଇଥିବା ଲୋକ ମାନେ ଯେତେ ମନା କରିଥିଲେ ବି କାହାରି କଥ ଶୁଣି ନଥିଲେ ଯୁବକ ଜଣଙ୍କ । ତେବେ ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।