୨.୬ ଲକ୍ଷ ଟଙ୍କାର ୧ ଟଙ୍କିଆ କଏନ୍ ଦେଇ ନିଜ ସ୍ୱପ୍ନର ବାଇକ କିଣିଲେ ଯୁବକ
ସେହି କଏନକୁ ଗଣିବାକୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା
ତାମିଲନାଡୁ : ୧ ଟଙ୍କିଆ ମୂଦ୍ରାରେ ବାଇକ କିଣି ଚର୍ଚ୍ଚାରେ ତାମିଲନାଡୁର ଯୁବକ । ୨.୬ ଲକ୍ଷ ଟଙ୍କାର ୧ ଟଙ୍କିଆ କଏନ୍ ଦେଇ ନିଜ ସ୍ୱପ୍ନର ବାଇକ କିଣିଛନ୍ତି ତାମିଲନାଡୁର ଭି. ବୂବତି ନାମକ ଜଣେ ଯୁବକ । ସୂଚନା ଅନୁସାରେ ଯୁବକ ଜଣକ ନିଜ କୁମ୍ପିରେ ୩ ବର୍ଷ ହେଲା ୧ ଟଙ୍କିଆ ମୂଦ୍ରା ସଞ୍ଚୟ କରୁଥିଲେ । ସେ ଏପରି କେବଳ ନିଜର ସ୍ୱପ୍ନର ବାଇକ କିଣିବାକୁ କରିଥିଲେ । ସେ ଆମ୍ମାପେଟର ଗାନ୍ଧୀ ମଇଦାନର ବାସିନ୍ଧା । ବୂବତି ଏକ ଘରୋଇ କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରନ୍ତି । ଏହା ସହ ଗତ ୪ ବର୍ଷ ହେଲା ସେ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କେରନ୍ତି ।
ତାଙ୍କ କହିବା ଅନୁସାରେ ୩ ବର୍ଷ ପୂର୍ବରୁ ବାଇକଟାଏ କିଣିବାକୁ ସେ ଇଛା କରିଥିଲେ । ସେତେବେଳେ ସେହି ବାଇକର ମୂଲ୍ୟ ୨ ଲକ୍ଷ ଟଙ୍କା ଥିଲା । କିନ୍ତୁ ବୂବତିଙ୍କ ପାଖରେ ସେହି ବାଇକ କିଣିବା ପଇଁ ଏତେ ଟଙ୍କା ନ ଥିଲା । ଏହାପରେ ସେ ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ବନାଇ ଅର୍ଜିତ ଟଙ୍କାକୁ ସେ ସଞ୍ଚୟ କରି ନିଜର କୁମ୍ପିରେ ରଖୁଥିଲେ । ସେ ସଞ୍ଚିତ ଟଙ୍କାରୁ ଗତ ଶନିବାର ଦିନ ସୋ ରୁମ୍ ଯାଇ ନୂଆ ବଜାଜ ଡୋମିନାର ବାଇକ କିଣିଛନ୍ତି ।
ସେହି କଏନକୁ ଗଣିବାକୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା ବୋଲି କହିଛନ୍ତି ଭାରତ ଏଜେନ୍ସିର ପରିଚାଳକ ମହାବିକ୍ରାନ୍ତ । ପ୍ରତ୍ୟେକ ଦିନ ୧ ଟଙ୍କାର କଏନ ସଞ୍ଚୟ କରି ସେ ତାଙକ ମନ ପସନ୍ଦର ବାଇକ କିଣି ପାରିଛନ୍ତି ବୂବତି ।