ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବଲିଉଡ ଅଭିନେତାମାନଙ୍କ ଘରେ ବାରମ୍ବାର କିଏ ଅଜଣା ଲୋକ ପଶିବା ଆଉ କେତେବେଳେ ଧମକ ଆସିବା ଘଟଣା ଏବେ ଧିରେ ଧିରେ ବଢିବାରେ ଲାଗୁଛି । କାହିଁକି ଏସବୁ ଘଟଣା ଘଟୁଛି ,ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଛି । କିନ୍ତୁ ଏହା ବନ୍ଦ ପରିବର୍ତ୍ତେ ଆଗକୁ ଆଗ ବଢିଚାଲିଛି । ସେହିପରି ବଲିଉଡ ଅଭିନେତା ଆଦିତ୍ୟରାୟ କପୁରଙ୍କ ଘରେ ପଶିଥିଲେ ଜଣେ ଅଜଣା ମହିଳା । ଯାହାକୁ ପୋଲିସ ଉଠାଇ ଆଣି ପଚରାଉଚରା କରୁଛି । ତେବେ ସେ କାହିଁକି ପଶିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ପଶିଥିଲେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ପୋଲିସ ସୁତ୍ର ଅନୁଯାୟୀ, ସୋମବାର ସନ୍ଧ୍ୟାରେ ମହିଳା ଜଣଙ୍କ ଆଦିତ୍ୟଙ୍କ ଘରର ଗେଟ୍ ପାଖରେ ଛିଡା ହୋଇଥିଲେ । ସିକ୍ୟୁରିଟିଙ୍କୁ ପଚାରିଥିଲେ ,ଏହା ଆଦିତ୍ୟଙ୍କ ଘର କି । । ଆଉ ହଁ ମାରିବା ପରେ କହିଥିଲେ କି, ମୁଁ କିିଛି ପୋଷାକ ଦେବା ପାଇ ଆସିଛି । ଘର ସହାୟଙ୍କ ତାଙ୍କୁ ଭିତରକୁ ନେଇଥିଲେ । କିନ୍ତୁ ସେତେବେଳେ ଘରେ ନଥିଲେ ନଥିଲେ ଆଦିତ୍ୟ । ସେ ସୁଟିଂରେ ଯାଇଥିଲେ । ଯେତେବେଳେ ଆଦିତ୍ୟ ସୁଟିଂରୁ ଫେରିଲେ ତାଙ୍କୁ ଘରର ସହାୟକ କହିଥିଲେ କି, କେହି ଜଣେ ମହିଳା ପୋଷାକ ନେଇ ଆସିଛନ୍ତି । ଏହାଶୁଣି ଆଶ୍ଚର୍ୟ୍ୟ ହୋଇଥିଲେ । କହିଥିଲେ କି, ମୁଁ କାହାକୁ କହିନି କି ଜାଣିନି । ଏହାପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମହିଳାଙ୍କୁ ପଚରା ଉଚରା କରୁଥିବାବେଳେ ସେ କହିଛନ୍ତି କି, ମୁଁ ଦୁବାଇରୁ ଆସିଛି । ଆଦିତ୍ୟଙ୍କୁ ଦେଖା କରିବାକୁ ଆସିଛି ।