ଦକ୍ଷିଣ ମେକ୍ସିକୋ ଗୁଆଟେମାଲା ସୀମା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

ମେକ୍ସିକୋ-: ଦକ୍ଷିଣ ମେକ୍ସିକୋ ଗୁଆଟେମାଲା ସୀମା ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ଦୁଇଜଣ ଗୁଆଟେମାଲା ପାଇଲଟ ଏବଂ ଜଣେ ମେକ୍ସିକୋ କୃଷି ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ମେକ୍ସିକୋର କୃଷି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗୁଆଟେମାଲା ବିମାନଟି ଦକ୍ଷିଣ ମେକ୍ସିକୋର ତାପାଚୁଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ, ଲାର୍ଭା ଆକ୍ରମଣର ମୁକାବିଲା ପାଇଁ ଏକ ଯୋଜନା ଉପରେ କାମ କରାଯାଉଥିଲା । ଯଉଁଥିରେ  ଦୁର୍ଘଟଣାଗ୍ରସ୍ତ ବିମାନକୁ ବ୍ୟବହାର କରାଯାଇଥିଲା । ବିମାନରୁ ସ୍କ୍ରୁୱାର୍ମ ମହୁମାଛିଙ୍କୁ ଛାଡିବା ସମୟରେ ବିମାନଟି ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଲା ।