ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଏକ ନୌସେନା ପାଟ୍ରୋଲିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦକ୍ଷିଣ-ପୂର୍ବ ସହର ପୋହାଙ୍ଗ ସ୍ଥିତ ନୌସେନା ବିମାନରୁ ନିଜ ବେସରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନଟି ଭାଙ୍ଗି ଚାରିଆଡେ ବିଚ୍ଚିନ୍ନ ହୋଇପଡିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଉଦ୍ଧାର କର୍ମୀ ଓ ଅଗ୍ନିଶମ ଗାଡି ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ । ପୋହାଙ୍ଗ ପୋଲିସ ସୂଚନା ଦେଇଛି ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ କି କୌଣସି ମୃତାହତର ରିପୋର୍ଟ ନାହିଁ ।