ଯାଜପୁର: ଯାଜପୁର ରୋଡଥାନା ଅନ୍ତର୍ଗତ ଅହମ୍ମଦ ନଗରରୁ ବିପୁଳ ପରିମାଣର ଗୋ ଚମଡା ଜବତ ହୋଇଛି । ଘଟଣାରୁ ପ୍ରକାଶ ଯେ ଅହମ୍ମଦ ନଗରରୁ ଗୋ ଚମଡା ବୋଝେଇକରି ପାଣିକୋଇଲି ଅଭିମୁଖେ ଆସୁଥିଲା । ଟ୍ରକଟିରୁ ପଚା ଦୁର୍ଗନ୍ଧ ବାହାରି ପାଣି ବୋଉଥିବାରୁ ଦଳା ନିକଟରେ ସ୍ଥାନୀୟ ଲୋକ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲେ । ଫଳରେ ଗାଡିଟିରେ ବିପୁଳ ପରିମାଣର ଗୋ ଚମଡା ବୋଝେଇହୋଇ ଆସୁଥିବା ଦେଖିବାକୁ ପାଇଥିଲେ ।
ପରେ ଡ୍ରାଇଭର ଓ ସହଯୋଗିଙ୍କୁ ନିର୍ଧୁମ ଛେଚି ବା ସହ ଘଟଣା ସ୍ଥଳରେ ଉତ୍ତେଜନା ଦେଖିଵାକୁ ମିଳିଥିଲା । ଏତେ ସଂଖ୍ୟାରେ ଗୋହତ୍ୟା କରାଯାଉଛି ହେଲେ ପ୍ରଶାସନ କେମିତି ଜାଣିପାରୁନି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଘଟଣା ସ୍ଥଳରେ ଯାଜପୁର ରୋଡ ପୋଲିସି ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଓ ସହଯୋଗୀଙ୍କୁ ଥାନାକୁ ନେଇଥିବା ଜଣାପଡିଛି ।