ସାଲେପୁର: କଟକ ସାଲେପୁର ବାଲିସମାଳା ଗାଁ ନିକଟ ସାଧୁ ଗୋସାଇଁ ମଠ ପାଖ ଗଛରୁ ମିଳିଛି ଏକ ମୃତଦେହ । ତେବେ ଏହି ମୃତଦେହଟି ସନ୍ଦେହଜନକ ଭାବେ ଠାବ କରିଛି ପୋଲିସ । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ଏହି ମୃତଦେହର ହାତ ଗଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ମୃତକ ଜଣକ ଜଗତପୁର ପଶ୍ଚିମକଛ ଅଞ୍ଚଳର ଅକ୍ଷୟ ସାମଲ ବୋଲି ଜଣାପଡିଛି । ମୃତଦେହର ଅବସ୍ଥା ଦେଖି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । କିଛି ଦୁର୍ବୃତ୍ତ ଅକ୍ଷୟଙ୍କୁ ଅନ୍ୟ ଏକ ସ୍ଥାନରେ ହତ୍ୟା କରି ଏଠାରେ ଝୁଲାଇ ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ପରିବାର ଲୋକେ ମଧ୍ୟ ଅକ୍ଷୟଙ୍କର ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ଏଠାରେ ଗୋଟିଏ ପ୍ରଶ୍ନ ସାମନାକୁ ଆସିଛି ଅକ୍ଷୟ ଜଗତପୁରରୁ ସାଲେପୁର ୨୦ କିଲୋମିଟର ଦୂର ଆସିଲେ କିପରି ? ଏ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଜାରି ରଖିଛି ।