ବାଲିଅନ୍ତା : ଟଙ୍କା ମାଗିବାକୁ ଆସି ହଟହଟା ହେଲେ ଫାଇନାନ୍ସ କର୍ମଚାରୀ । ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଲିଗୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦିନକୁ ଦିନ ଫାଇନାନ୍ସ କର୍ମଚାରୀଙ୍କ ଜୋର ଜବରଦସ୍ତ ଟଙ୍କା ମାଗିବା ଘଟଣା ସାମ୍ନାକୁ ଆସୁଛି । ତେବେ ଗତକାଲି ରାତି ୯ ଟାରେ ଟଙ୍କା ମାଗିବାକୁ ଆସିଥିବା ୨ ଫାଇନାନ୍ସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । କିଛି ସମୟ ବ୍ୟବଧାନ ପରେ ଭଦ୍ର ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ୨ ଫାଇନାନ୍ସ କର୍ମଚାରୀ ଛାଡିଥିଲେ ଗ୍ରାମବାସୀ ।