କୃଷି ଯନ୍ତ୍ରପାତି ମେଳାରେ ମିଲେଟ ମିଶନ ପକ୍ଷରୁ ଫୁଡ଼ ଷ୍ଟଲରେ ଜମୁଛି ଭିଡ଼

ଗଜପତି / ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଚାଲିଥିଲା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଯେଉଁ ଥିରେ ମିଲେଟ ମିଶନ ପକ୍ଷରୁ ପଡିଛି ଫୁଡ ଷ୍ଟଲ , ଆଉ ସେଠାରେ ଜମୁଛି ଲୋକଙ୍କ ଭିଡ । ଏହି ମିଲେଟ ଷ୍ଟଲ ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ କୃଷି ବିଭାଗ ପକ୍ଷରୁ ମିଲେଟରେ ତିଆରି ସୁସ୍ୱାଦ ଖାଦ୍ୟ ମିଳୁଥିବା ର ଦେଖିବାକୁ ମିଳିଛି। ମାଣ୍ଡିଆରେ ପ୍ରସ୍ତୁତ ସୁପ୍, ଲଡୁ, କେକ, ଇଡ଼ଲ୍ଲୀ, ସୁଆରେ କ୍ଷୀରି ଉପମା, ଏହିପରି ବିଭିନ୍ନ ପ୍ରକାରର ସୁସ୍ଵାଦୁ ଖାଦ୍ୟ ପଦାର୍ଥ ମୁକ୍ତରେ ବଣ୍ଟନ କରାଯାଉଛି। ଏହି ଖାଦ୍ୟ ଖାଇ ମିଲେଟ ମିଶନକୁ ଓ କୃଷି ବିଭାଗକୁ ଜନସାଧାରଣ ଭୂୟସ ପ୍ରଶଂସା କରିଛନ୍ତି।