ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବରି(ସତ୍ୟଜିତ ବାରିକ୍) ରକ୍ତଦାନ ମହତ୍ତ୍ଵ ଦାନ କେହି ରକ୍ତ ଅଭାବ ରୁ ମୃତୁ ବରଣ ନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଙ୍କ ଅଭିଳାଷ କୁ ପୁରଣ କରିବା ପାଇଁ ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୬ ବର୍ଷ ଜନ୍ମ ଦିବସ ଅବସର ରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଅବସର ରେ ଓଡ଼ିଶା ମୋ ପରିବାର ର ଯାଜପୁର ସଂଯୋଜକ ବିମଳ ଦାସ ଙ୍କ ନେତୃତ୍ବରେ ଏକ ସ୍ଵଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଉକ୍ତ ଶିବିର ରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଯୋଗ ଦେଇ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ ।ଉକ୍ତ ଶିବିର ରେ ୫୦୦ ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଥିବା ୨୩ ନଂ ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ ସୂଚନା ଦେଇଛନ୍ତି। ଅକ୍ଟୋବର ୨ ରୁ ଆରମ୍ଭ ହୋଇଥିବା ସାମାଜିକ କାର୍ୟ୍ୟ କ୍ରମ ନିର୍ଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ ଚାଲିବ ବୋଲି କହିଛନ୍ତି । ଆଜିର କାର୍ୟ୍ୟକ୍ରମ ରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, କେଦାର ସାମଲ, ସୁବୋଧ ଜେନା, ଫକିର ସିଂ, ତୁଷାର ଶାନ୍ତି, ସଦିଚ୍ଛା ସାମଲ, ବିନୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।