ପୁଣି କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

(ଅନୁସ୍ୱୟା)ଭୁବନେଶ୍ୱର: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରେ ହାତୀପଲଙ୍କ ଚଳପ୍ରଚଳ ଦେଖାଦେଇଛି । ଫସଲ ପାକଳ ହୋଇ ରହିଥିବା ବେଳେ ଏଯାଏଁ ଅମଳ ହୋଇନାହିଁ । ହାତୀପଲ ବିଲ ଭିତରେ ପଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଭୟଭୀତ ହୋଇଛନ୍ତି । କୁଜିଆମ ସଂରକ୍ଷିତ ଜଙ୍ଗଲରେ ୩୨ଟିକିଆ ହାତୀପଲ ଡେରା ପକାଇଛନ୍ତି । ଏହା ସହ ମନୋହରପୁର ଗାଁ ପାଖ ଜଙ୍ଗଲରେ ୨୨ଟିକିଆ ହାତୀପଲ ପଶି ଉପଦ୍ରବ କରୁଛନ୍ତି । ପୂର୍ବରୁ ମଧ୍ୟ ହାତୀପଲ ସେହି ଅଂଚଳରେ ଅନେକ କ୍ଷୟକ୍ଷତି କରିଥିବାରୁ ଅଂଚଳବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ବାରମ୍ବାର ବନ ବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।