(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କେନ୍ଦୁଝର ଜିଲ୍ଲା ନେଙ୍କଡାଘର ନିକଟରେ ଗତକାଲି ବିଳମ୍ବିତ ରାତିରେ ଚଳନ୍ତା ଟ୍ରକକୁ ଏକ ଯାତ୍ରୀବାହୀ ବସ ପଛରୁ ପିଟିଦେଇଥିବା ଜଣାପଡିଛି । ଏହି ଘରୋଇ ବସଟି ବଡବିଲରୁ ଭୁବନେଶ୍ୱର ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ଡ୍ରାଇଭର ହେଲପର ବି ଅଛନ୍ତି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ବସଟି ଟ୍ରକକୁ ପଛପଟୁ ଧକ୍କା ଦେବାରୁ ଏହାର ସମ୍ମୁଖ ଭାଗ ଟ୍ରକ ଡାଲାରେ ପଶି ଯାଇଥିଲା ଫଳରେ ଟ୍ରକଟି ବସକୁ କିଛି ବାଟ ଘୋଷାରି ନେଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।