(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଉପରମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସୋନପୁର, ଆଠମଲ୍ଲିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୋନପୁରର ବୀରମହାରାଜପୁର ରାସ୍ତାର କ୍ଷୟକ୍ଷତି ହୋଇଛି । ଆଠମଲ୍ଲିକର ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ରିଲିଫ ପରିସ୍ଥିତି ସୃଷ୍ଟି ହୋଇନାହିଁ କିନ୍ତୁ ମହାନଦୀ ଅବବାହିକା ଜିଲ୍ଲାଗୁଡିକରେ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫ, ଓଡ୍ରଫ ଟିମ୍ ଓ ବୋଟ୍ ପ୍ରସ୍ତୁତ ଅଛନ୍ତି । ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସରକାର ପର୍ୟ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।